LED ଲାଇଟ ଯୋଗୁଁ ବଢୁଛି ଦୁର୍ଘଟଣା !

0
103

ଦେବଗଡ଼( ରିପୋର୍ଟ – ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଆଧୁନିକ ଯୁଗର ଯୁବପିଢ଼ି ନିଜକୁ ଆଧୁନିକତାରେ ବହୁତ କିଛି ସୌକିନ ଜିନିଷ କୁ ବ୍ୟବହାର କରୁଛି । ଏ ପରିକିବର୍ତମାନ ର ଯୁବପିଢ଼ି ବିନା ଦୁଇଚକିଆ ଜାନ ରେ ଘରୁ ପଦା କୁ ଗୋଡ଼ କାଢୁନାହାନ୍ତି । ଏହି ଯୁବପିଢ଼ି ନିଜ ଦୁଇଚ କିଆ ଜାନ କୁ ଆହୁରି ସଉକିନ କରିବାପାଇଁ ଖୋଲାବଜାର ରେ ମିଳୁଥିବା ଏକସହ ଟଙ୍କାରୁ ପାଞ୍ଚଶହ ଟଙ୍କିଆ ଏଲ ଇ ଡି ଲାଇଟ କୁ ନିଜ ବାଇକ ଗୁଡିକରେ ଏମିତି ଖଞ୍ଜୁ ଛନ୍ତି ଯେ , ରାତ୍ର ସମୟରେ ବିପରୀତ ଦିଗରୁ ଆସୁଥିବା ଜାନ ର ଆରୋହି ମନରେ ଚାରିଚକିଆ କି ଦଶ ଚକିଆ ଯାନ ର ଭ୍ରମ ସୃଷ୍ଟି ହେବା ସହିତ ଏହି ଏଲ ଇ ଡି ଲାଇଟ ସିଧା ସଳଖ ଭାବରେ ଉକ୍ତ ବାଇକ ଆରୋହି ର ଆଖିରେ ପଡ଼ୁଥିବାରୁ , ରାତ୍ରସମୟରେ ଦୁର୍ଘଟଣା ର ହାର ଅଧିକ ବଢୁଥିବା ଜଣାପଡିଛି । ଏଣୁ ଦେବଗଡ଼ ପରିବହନ ବିଭାଗ ଓ ପୋଲିସ ବିଭାଗ ରାତ୍ର ସମୟରେ ଡି ଏଲ ଓ ହେଲମେଟ ନ ଥିବା ଚାଳକ କୁ ଯେ ଭଳି ଅର୍ଥ ଦଣ୍ଡ ରେ ଦଣ୍ଡିତ କରୁଛନ୍ତି ଠିକ ସେହିଭଳି , ଦୁଇ ଚକିଆ ଯାନ ହେଉ କି ତା ଠାରୁ ଉର୍ଦ୍ଧ୍ବ ଜାନ ହେଉ , କମ୍ପାନୀ ଦେୟ ଲାଇଟ ବ୍ୟତୀତ ଅତିରିକ୍ତ ଲାଇଟ ବ୍ୟବହାର କାରୀ ଜାନ ଗୁଡିକ ଉପରେ ଅର୍ଥ ଦଣ୍ଡ ରେ ଦଣ୍ଡିତ କରିବାସହିତ , ଉକ୍ତ ଜାନ ଗୁଡିକରୁ ଅତିରିକ୍ତ ଏଲ ଇ ଡି ଲାଇଟ ଗୁଡିକ ଖୋଲିବାର ବ୍ୟବସ୍ଥା କରିଲେ , ଅନେକାଂଶ ରେ ଦୁର୍ଘଟଣା ହାର କୁ ରାତ୍ର ସମୟରେ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here