ମର୍ମନ୍ତୁଦ ସଡକ ଦୁର୍ଘଟଣା : ତିନି ମୃତ, ଦୁଇ ଗୁରୁତର

0
48

ଅନୁଗୋଳ(ଆଦ୍ୟାଶା ନ୍ୟୁଜ): ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳି ଠାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ୍‌ ଟ୍ରକ-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନଯୋଗ୍ୟ, ଖୋର୍ଦ୍ଧାର ଏକ ବିବାହ ଉତ୍ସବରେ ଯୋଗ ଦେଇ ଉକ୍ତ କାରଟି ପାଲଲହଡା ଅଭିମୁଖେ ଯାଉଥିବା ସମୟରେ ନାଇକାନାଳୀଠାରେ ଏକ ଟ୍ରକ ସହ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରୁ ଉକ୍ତ ଟ୍ରକଟି ଫେରାର ହୋଇଯାଇଛି। ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

LEAVE A REPLY

Please enter your comment!
Please enter your name here