ବଞ୍ଚିବା ପାଇଁ ଚାହୁଁଚି ଚିନ୍ତାମଣି ,ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ କି ….

0
90

କୋଇଡା  (ଲମ୍ବୋଦର ବାରିକ / ଆଦ୍ୟାଶା ନ୍ୟୁଜ ) – କୋଇଡା ବ୍ଲକ ଅନ୍ତର୍ଗତ କ୍ରିୟାକୁଦର ଗାଁର ଦିନ ମଜୁରିଆ ୪୬ ବର୍ଷୀୟ ଚିନ୍ତାମଣି ବାରିକ , ଯୋଉଠି ଓଳିଏ ଖାଇବା ପାଇଁ ତାଙ୍କୁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡେ ସେହି ପରିସ୍ଥିତିରେ ନିଜର ଚିକିତ୍ସା ଯେମିତି ସାତ ସପନ ହୋଇପଡିଛି । ଗୋଟିଏ ବର୍ଷ ପୂର୍ବରୁ ଏମ୍ ଜି ମାଇନ୍ସରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ ଚିନ୍ତାମଣି , ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା , କିଛିଦିନ ଚିକିତ୍ସା ହେବା ପରେ ଡାକ୍ତରଙ୍କ କହିବା ଅନୁଯାୟୀ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ସାରିଥିଲେ ଚିନ୍ତାମଣି । ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ର ସମ ହସ୍ପିଟାଲକୁ ନେଇଥିଲେ ଡାକ୍ତର କିଛିଦିନ ଚିକିତ୍ସା କଲା ପରେ ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ଏହି ଚିକିତ୍ସା ଭିତରେ ଚିନ୍ତାମଣି ଙ୍କ ଜମିବାଡ଼ି ବନ୍ଧା ପଡିବା ସହିତ ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ମଧ୍ୟ ଉଧାରୀ କରି ସାରିଥିଲେ । ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିଲା ବେଳେ ଏତେ ଟଙ୍କା କୋଉଠି ଆଣି ସ୍ୱାମୀର ଅପରେସନ କରିବ ସ୍ତ୍ରୀ କୁ ଚିନ୍ତା ଘାରି ଯାଉଥିଲା ଏହି ସମୟରେ ଗଣମାଧ୍ୟମ ର ପ୍ରତିନିଧି ମାନେ ପହଁଚି ଚିନ୍ତାମଣି ର ଦୁଃଖ ସରକାରୀ ବାବୁ ମାନଙ୍କ ଦୃଷ୍ଟି କୁ ଆଣିଥିଲେ । ସରକାରୀ ବାବୁ ମାନଙ୍କ ସାହାଯ୍ୟରେ ଚିନ୍ତାମଣୀ ଙ୍କୁ ରାଉରକେଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ଚାରି ପାଞ୍ଚ ଦିନ ଚିକିତ୍ସା କଲା ପରେ କାଗଜ ପତ୍ର ଠିକ ନାହିଁ କହି ଚିନ୍ତାମଣୀ କୁ ସେଠାରୁ ତଡି ଦିଆଗଲା । ସବୁଆଡୁ ନିରାଶ ହେଲା ପରେ ଏବେ ଚିନ୍ତାମଣୀଙ୍କ ଭରଷା ଥିଲା ଯେଉଁଠାରେ ସେ ଦିର୍ଘ ତିରିଶ ବର୍ଷ କାର୍ଯ୍ୟ କରିଆସୁଥିଲେ ସେଠାରୁ ତାଙ୍କୁ ନିହାତି କିଛି ସାହାଯ୍ୟ ମିଳିବ କିନ୍ତୁ ଭରସା ଯେମିତି ଭରଷାରେ ରହିଗଲା ଚିନ୍ତାମଣୀ କୁ ସାହାଯ୍ୟ ବଦଳରେ ଆଜି କାଲି ବୁଝିବା ଆଗକୁ ଦେଖିବା ଉପରସ୍ତର ଅଫିସର ଙ୍କୁ ପଚାରିବା କହି ସମୟ ବିତାଇ ଚାଲିଛନ୍ତି ମାଇନ୍ସ କତ୍ତୃପକ୍ଷ।ଏପଟେ ଚିକିତ୍ସା ରେ ବିଳମ୍ବ ହେଉଥିବାରୁ ଚିନ୍ତାମଣୀଙ୍କ ପେଟର ଆକାର ଧୀରେଧୀରେ ବଢ଼ିବାରେ ଲାଗିଛି ଯାହାଫଳରେ କଷ୍ଟ ଅନୁଭବ କରୁଛନ୍ତି ଚିନ୍ତାମଣୀ । ଚିନ୍ତାମଣିଙ୍କର ଦୁଇ ପୁଅ ଗୋଟିଏ ଝିଅ , ଗୋଟିଏ ପୁଅ ପାଠ ପଢ଼ୁଥିବା ସମୟରେ ଅନ୍ୟ ଜଣକ ଅଧାରୁ ପାଠ ପଢା ଛାଡି ମଜୁରୀ ଲାଗି ଘର ଚଳାଉଛି । ଏହି ସବୁ ସମସ୍ୟା କୁ ନେଇ କୋଇଡା ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏବିଷୟରେ କୋୖଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ଯଦି କୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଚିନ୍ତାମଣୀ କୁ ସହାୟତାର ହାତ ବଢ଼ାନ୍ତି ତେବେ ଚିନ୍ତାମଣୀର ଜୀବନ ବଞ୍ଚି ଯିବା ସହିତ ଗୋଟିଏ ପରିବାର ଧ୍ବଂଶ ମୁହଁରୁ ବଞ୍ଚି ଯାଆନ୍ତା ।

LEAVE A REPLY

Please enter your comment!
Please enter your name here