ବରପାଲି ର ପ୍ରସିଦ୍ଧ ଶୀତଲ ଷଷ୍ଠୀ ର ପ୍ରସ୍ତୁତି ବୈଠକ

0
74

ବରପାଲି (ଆଦ୍ୟାଶା ନ୍ୟୁଜ /ବଳରାମ ଦୀପ ) – ବରପାଲି  ର ନୃପରାଜ କ୍ଲବ ଗୋପଲଜି ମନ୍ଦିର ପ୍ରାଙ୍ଗଣରେ ରେ ଚଳିତ ୨୦୧୯ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୧୪୨ ତମ ସିତଲଷଷ୍ଠୀ ଯାତ୍ରା ମୋହତ୍ସବ ର ପ୍ରସ୍ତୁତି ସାଧାରଣ ସଭା ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେଇଯାଇଛି । ଚଳିତ ବର୍ଷ ୧୪୨ ତମ ଯାତ୍ରା ରେ ପଦାର୍ପଣ କରିଛି ।ଏଥିରେ କମିଟି ସମ୍ପାଦକ ଜୟନ୍ତ ତ୍ରିପାଠୀ ବିଗତ ବର୍ଷ ର ଆୟ ବ୍ୟୟ ପଠନ କରିଥିଲେ ।ଏହାକୁ କମିଟି ତଥା ସର୍ବସାଧାରଣ ଭକ୍ତ ବୃନ୍ଦ ମନେ ଅନୁମୋଦନ କରିଥିଲେ ।ଚଲିତ ବର୍ଷଏକ ନୂଆ ରୂପ। ମେଢ ତିଆରୀ କରି ଶୋଭା ଯାତ୍ରା ରେ ସାମିଲ କରିବା ପାଇଁ ପ୍ରସ୍ତାବ ପରିତ ହେଇଥିଲା ।ଚଳିତ ବର୍ଷ ହିମାଦ୍ରୀ ନଗର ଭାବେ କୁସ୍ଟ। ପଡା କୁ ମନୋନୀତ କରାଯାଇଥିଲା । ଆସନ୍ତା ମଇ 2 ତାରିଖ ରୁ ରବିବାର ଠାରୁ 9 ତାରିଖ ରବିବାର ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କମିଟି ତରଫରୁ ସ୍ତିରୀକୃତ ହେଇଛି । ସଭା ରେ ଉପସଭାପତି ପ୍ରଶାନ୍ତ ସାହୁ ,ନରେନ୍ଦ୍ର ହୋତା ,ସହ ସମ୍ପାଦକ ଆଶିଷ ପତ୍ତନଇକ ,ବାଳକୃଷ୍ଣ ପୁଝରି ,କୋଷଧକ୍ୟ ମାନଭଞ୍ଜନ ମିଶ୍ର , ବିକ୍ରମ ସାହୁ ,ସରୋଜ ତ୍ରିପାଠୀ ,ବିକ୍ରମ ସିଂ ଦେଓ ତଥା ବରପାଲି ପରିବର୍ତ୍ତନ ଗ୍ରୁପ ତଥା ବରପାଲି ର ସାଧାରଣ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here