ପୋଲିଂ ପାର୍ଟି ଗାଡ଼ି ଜାଳି ଦେଲେ

0
96

ଫୁଲବାଣୀ (ଆଦ୍ୟାଶା ନ୍ୟୁଜ): ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଆଜି ଏକ ପୋଲିଂ ପାର୍ଟିର ଗାଡ଼ିକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଏ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ। ଏକ ପୋଲିଂ ପାର୍ଟି ମୁଙ୍ଗୁନିପଦର ବୁଥ୍‌କୁ ଯିବା ବାଟରେ ଏହି ଘଟଣା ଘଟିଛି।

ଫିରିଙ୍ଗିଆ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here