ରାଉରକେଲା ,ସୁବିଧାଜନକ ସ୍ଥିତି ରେ କଂଗ୍ରେସ

0
88

ରାଉରକେଲା – (ରଶ୍ମିତା ରାଉତ /ରବୀନ୍ଦ୍ର କରିହଲେ /ଆଦ୍ୟାଶା ନ୍ୟୁଜ) – ରାଉରକେଲା ରେ ବିଧାନସଭା ପାଇଁ ପ୍ରାଥୀପତ୍ର ଦାଖଲ ସରିଛି | ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା | ବିଜେଡି ପ୍ରାର୍ଥୀ ସାରଦା ନାୟକ ,ବିଜେପି ପ୍ରାଥୀ ନିହାର ରାୟ ଓ କଂଗ୍ରେସ ର ବୀରେନ ସେନାପତି ଙ୍କ ମଧ୍ୟରେ ହେବ ଟକ୍କର | ତେବେ ବିଜେଡି ପାଇଁ ଅଡୁଆ ବଢୁଛି |ଦଳର ଦୁଇ ଜଣ ଟାଣୁଆ ନେତା ମିନତୀ ଦେବତା ଓ ବିକାଶ ମ|ନସିଂ ସ୍ୱାଧୀନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ୨ ଜଣ ଟାଣୁଆ ନେତା ଦଳ ଛାଡିଛନ୍ତି |ଯାହା କି ଦଳ ଉପରେ କୁପ୍ରଭାବ ପଡିବ |
ସେପଟେ ଦିଲୀପ ରାୟ ବିଜେପି ଛାଡି ଦେବା ପରେ ରାଉରକେଲା ରେ ବିଜେପି ର ସ୍ଥିତି ଗମ୍ଭୀର |ବ୍ରାହ୍ମଣୀ ପୋଲ ବିଜେପି ଭୋଟ କୁ କାଟିବାର ସମ୍ଭାବନା ରହିଛି |
ସେହିପରି କଂଗ୍ରେସ ରୁ ପ୍ରାଥୀ ହୋଇ ଥିବା ବୀରେନ ସେନାପତି ସହର ର ଜଣେ ଜଣାଶୁଣା ସମାଜସେବୀ ଭାବେ ଦୀର୍ଘଦିନ ରୁ ପରିଚିତ |କୌଣସି ଦୁର୍ନୀତି ଅଭିଯୋଗ ମଧ୍ୟ ତାଙ୍କ ନାମ ରେ ନାହିଁ | ଯେତେବେଳେ କି ବିଜେପି /ବିଜେଡି ପ୍ରାଥୀ ଙ୍କ ବିରୋଧ ରେ ଅଭିଯୋଗ ର ଲମ୍ବା ଫର୍ଦ ରହିଛି |କଂଗ୍ରେସ ଦଳ ରେ ଅନ୍ୟ ଟିକଟ ଆଶାୟୀ ଥିଲେ ମଧ୍ୟ ,ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳ କୁ ଗୋଟା ପରି ଏବେ କଂଗ୍ରେସ ର ସମସ୍ତେ ଏକ |

ତା ଛଡା ରାଉରକେଲା ବାସୀ ଦୀର୍ଘ ୧୯ ବର୍ଷ ହେବ ବିଭିନ୍ନ ସମସ୍ୟା ଦେଇ ଗତି କରୁ ଥିଲେ ମଧ୍ୟ ରାଜନୀତିକ ମନୋବଳ ଅଭାବ ଯୋଗୁ ସମାଧାନ ହୋଇ ପାରୁ ନଥିବା ରୁ ଜନ ଅସନ୍ତୋଷ ରହିଛି |ତାର ଫାଇଦା ମଧ୍ୟ କଂଗ୍ରେସସ ନେବା | ମୋଟା ମୋଟୀ ଦେଖିବାକୁ ଗଲେ କଂଗ୍ରସସ ବେଶ ସୁବିଧାଜନକ ସ୍ତିଥି ରେ ରହିଛି |

LEAVE A REPLY

Please enter your comment!
Please enter your name here