ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଙ୍କ ପ୍ରାର୍ଥିପତ୍ର ଦାଖଲ

0
102

ବଲାଙ୍ଗିର / କଳାହାଣ୍ଡି (ସତୀଶ ଯୋଶୀ /ଚିତ୍ତରଞ୍ଜନ ମହାପାତ୍ର / ଆଦ୍ୟାଶା ନ୍ୟୁଜ ) : ବଲାଙ୍ଗିର ବିଧାନସଭା ଆସନ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଭରିଛନ୍ତି ପ୍ରାର୍ଥିପତ୍ର।ପଟୁଆର ଓ ସମର୍ଥକଙ୍କ ଗହଣରେ ଆସି ବିଜେପିର ବହୁ ହେଭିୱେଟ୍‌ ବି ଦାଖଲ କରିଛନ୍ତି ନାମାଙ୍କନପତ୍ର। କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଭବାନୀପାଟଣାସ୍ଥିତ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଭରିଛନ୍ତି ପ୍ରାର୍ଥିପତ୍ର।
ବଲାଙ୍ଗିର ବିଧାନସଭା ଆସନ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସେହି ଲୋକସଭା ଆସନ ପାଇଁ ପୁଅ ସମରେନ୍ଦ୍ର ମିଶ୍ର ସ୍ଥାନୀୟ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ଯାଇଥିଲେ। ପଟୁଆରରେ ସାମିଲ ହୋଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ କଂଗ୍ରେସ୍‌ କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂଦେଓ।

\

LEAVE A REPLY

Please enter your comment!
Please enter your name here