୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

0
91

ଭୁବନେଶ୍ୱର: ବିଜେପି ପକ୍ଷରୁ ଲୋକସଭା ପରେ  ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ।

ସମ୍ବଲପୁରରୁ ଜୟନାରାୟଶ ମିଶ୍ରଙ୍କୁ , ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରହିତ, ଭୁବନେଶ୍ୱର (ମଧ୍ୟ)ରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂଙ୍କୁ ଦଳ ପ୍ରାର୍ଥୀ କରିଛି।

ସେହିପରି ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ବାଲିକୁଦା ଏରସମାରୁ ଦାମୋଦର ରାଉତ, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ତେଲକୋଇରୁ ଦୁର୍ଯ୍ୟୋଧନ ସିଦ୍ଧୁ, ବାରବାଟୀ-କଟକରୁ ସମୀର ଦେଙ୍କୁ ଦଳ ପ୍ରାର୍ଥୀ କରିଛି।

ରାଉରକେଲାରୁ ନିହାର ରାୟଙ୍କ ନାଁ ଘୋଷଣା କରାଯାଇଛି। ସେହିପରି ଘସିପୁରାରୁ ପୃଥ୍ୱୀରାଜ କୁଅଁର, କଟକ-ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ତଳସରାରୁ ଭବାନୀ ଭୋଇଙ୍କ ନାଁ ଘୋଷଣା କରାଯାଇଛି।

ସେହିପରି ବଣାଇରୁ ଅନୀଲ ବାର୍ଲା, ରଣପୁରରୁ ସୁରମା ପାଢି, ସୁନ୍ଦରଗଡ଼ରୁ କୁସୁମ ଟେଟେ, ରେଙ୍ଗାଲିରୁ ନାଉରି ନାୟକ, ଖଣ୍ଡପଡ଼ାରୁ ସିର୍ଦ୍ଧାର୍ଥ ସିଂହ ମର୍ଦ୍ଦରାଜ୍‌, ବୀରମିତ୍ରପୁରରୁ ଶଙ୍କର ଓରାମ, ସାଲେପୁରରୁ ପ୍ରକାଶ ବେହେରା, ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ଧାମନଗରରୁ ବିଷ୍ଣୁ ସେଠୀ, ରଘୁନାଥପଲ୍ଲୀରୁ ଜଗବନ୍ଧୁ ବେହେରା ଓ ପାଟଣାଗଡ଼ରୁ କେଭି ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଛି।

ଚାନ୍ଦବାଲିରୁ ମନମୋହନ ସାମଲ, ଜଳେଶ୍ୱରରୁ ଜୟ ନାରାୟଣ ମହାନ୍ତି, ଧାମନଗରରୁ ପଦ୍ମଚରଣ ସେଠୀ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱରରୁ ମଦନମୋହନ ଦତ୍ତ, ଯାଜପୁରରୁ ଗୌତମ ରାୟ, ବିଞ୍ଝାରପୁରରୁ ବବିତା ମଲ୍ଲିକ, ସୋରରୁ ରାକେଶ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି।

LEAVE A REPLY

Please enter your comment!
Please enter your name here