୫ ତାରିଖରେ ଇଦ୍‌ : ସରଗରମ କଟକ ବଜାର

0
80

କଟକ: ଆସନ୍ତା ୫ ତାରିଖରେ ଭାଇଚାରାର ସହର କଟକରେ ପାଳନ ହେବାକୁ ଯାଉଛି ଇଦ୍‌। ଖାସ୍ ରମଜାନ ମାସ ପାଇଁ ଏବେ ବେଶ୍ ସରଗରମ କଟକ ବଜାର।
ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ନେଇ ଖୋଲା ଯାଇଛି ଅନେକ ଗୁଡ଼ିଏ ଅସ୍ଥାୟୀ ଦୋକାନ। ଖରା ସତ୍ତ୍ୱେ ମଧ୍ୟ ଏହି ସବୁ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ବଜାରରେ ରକମ ରକମର ଖଜୁରୀ ସାଙ୍ଗକୁ ସିମେଇ ଓ ଲଚ୍ଛାର ଚାହିଦା ବି କିଛି କମ୍ ନାହିଁ। ଦୋକାନଗୁଡ଼ିକରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ଭିଡ ଲାଗି ରହୁଛି। ରମଜାନ ମାସର ଶେଷ ଦିନ ଇଦ୍-ଉଲ୍-ଫିତର ପାଖେଇ ଆସୁଥିବାରୁ ବିକ୍ରିବଟା ଆହୁରି ବଢ଼ିବ ବୋଲି ମଧ୍ୟ ବ୍ୟବସାୟୀ ଆଶା ରଖିଛନ୍ତି।
କେବଳ ଖାଦ୍ୟ ସାମଗ୍ରୀ ଷ୍ଟଲ ନୁହେଁ, ବିଭିନ୍ନ ଡ୍ରେସ ଓ ଷ୍ଟେସନାରୀ ଦୋକାନରେ ବି ମାର୍କେଟିଂ ଚାଲିଛି। ବର୍ଷକୁ ଥରେ ଇଦ ପର୍ବ ଆସୁଥିବାରୁ, ଏହି ସମୟକୁ କେହି ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
ସେପଟେ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ବିଭିନ୍ନ ପ୍ରକାରର ଖଜୁରୀ ଇରାକ୍ ସାଉଦି ଆରବରୁ ଏବଂ ଲଚ୍ଛା ମୁମ୍ବାଇ ଓ କୋଲକାତାରୁ ଅଣାଯାଇଥିବା ବ୍ୟବସାୟୀ କହିଛନ୍ତି। ଏସବୁ ବ୍ୟତୀତ ଟୋପି ଓ ଅତର ମଧ୍ୟ ସାଉଦି ଆରଦ,ତୁର୍କୀ ଓ ଆଫଗାନିସ୍ତାନ ଆଦି ଦେଶରୁ ଆସିଛି ବୋଲି ବ୍ୟବସାୟୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here