୫ ଟଙ୍କା ଖୁଚୁରାକୁ ନେଇ ଗଣ୍ଡଗୋଳ: ୩ ଯୁବକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ୍‌ ପମ୍ପ କର୍ମଚାରୀ

0
100

ସୋର  (ଆଦ୍ୟାଶା ନ୍ୟୁଜ ) : ୫ ଟଙ୍କା ଖୁଚୁରା ପାଇଁ ସୋର ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ । ଖୁଚୁରା ପଇସା ପାଇଁ ଗଣ୍ଡଗୋଳ ଘଟି ପେଟ୍ରୋଲ ପମ୍ପର କର୍ମଚାରୀ ଗ୍ରାହକଙ୍କୁ ମାଡ ମାରିବା ସହ ଆଣ୍ଠେଇ ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ତିନି ଜଣ ଯୁବକ ଗୋଟିଏ ବାଇକ୍‌ରେ ମାର୍ଗୋଣା ଯାଇଥିଲେ। ରାତିରେ ସେଠାରୁ ଫେରିବା ବେଳେ ଉତ୍ତରେଶ୍ୱର ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରେ ତେଲ ପକାଇଥିଲେ। ସେମାନେ ୯୫ ଟଙ୍କାର ତେଲ ପକାଇଥିଲେ ଓ ୧୦୦ ଟଙ୍କା ଦେଇଥିଲେ। ଉପସ୍ଥିତ ପେଟ୍ରୋଲ୍ ପମ୍ପ କର୍ମଚାରୀ ତାଙ୍କୁ ୫ ଟଙ୍କା ଫେରାଇଥିଲେ। ତେବେ ସେ ୫ ଟଙ୍କିଆ କଏନ ନଦେଇ ୨ଟଙ୍କିଆ ଓ ୧ ଟଙ୍କିଆ କଏନ୍ ଦେଇଥିଲେ। ଉକ୍ତ ଯୁବକମାନେ ଖୁଚୁରା ନ ଦେଇ ୫ ଟଙ୍କିଆ କଏନ୍‌ଟିଏ ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ପରେ ପେଟ୍ରୋଲ୍‌ ଟାଙ୍କିର ମାଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଦୀର୍ଘ ସମୟ ଧରି ଏହି ତିନି ଯୁବକଙ୍କୁ ସେଠାରେ ଆଣ୍ଠେଇ ଦେଇଥିଲେ।

ସୋର ପୁଲିସ୍ ଖବର ପାଇଁ ସେଠାରେ ପହଞ୍ଚିଥିଲା ଓ ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରିଥିଲା। ଏ ଘଟଣା ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ତିନି ଯୁବକଙ୍କୁ ଆଣ୍ଠେଇ ଦେବା କଥାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି

LEAVE A REPLY

Please enter your comment!
Please enter your name here