୫୨୦ ନଂ ଜାତୀୟ ରାଜପଥ ରେ ଡାଇଭର୍ସନ୍ ରାସ୍ତା ଅତ୍ୟନ୍ତ ଶୋଚନୀୟ

0
79

‌କେନ୍ଦୁଝର‌  (ଆଲୋକ ମହାନ୍ତ / ଆଦ୍ୟାଶା ନ୍ୟୁଜ) – କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରିମୁଳି ଠାରୁ ବାସୁଦେବପୁର ପର୍ଯ୍ୟନ୍ତ ୫୨୦ ନଂ ଜାତୀୟ ରାଜପଥ ରେ ନିର୍ମାଣ ହୋଇଥିବା ଡାଇଭର୍ସନ୍ ରାସ୍ତା ଅତ୍ୟନ୍ତ ସଂଙ୍କଟାତ୍ପନ୍ନ ହୋଇପଡିଛି । ତ୍ୱଦ୍ଵାରା ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ଉଡ଼ିବା ସହିତ ପରିବେଶ ନଷ୍ଟ ହେଉଛି ।ତାସହିତ ରାସ୍ତା ଅବଡା ଖାବଡା ତିଆରି ହେବା ହେତୁ ବିଶେଷ କରି ସାଇକେଲ ଚାଳକ ଓ ବାଇକ ଚାଳକ ମାନେ ବହୁ ଅସୁବିଧା ସମ୍ମୁଖିନ କରୁଛନ୍ତି। ନିୟମ ଅନୁଯାୟୀ କୌଣସି କମ୍ପାନୀ ରାସ୍ତା କାମ କରିବା ପୁର୍ବରୁ ଡାଇଭର୍ସନ୍ ରାସ୍ତା ଭଲଭାବେ ତିଆରୀ କରିବା ଉଚିତ ।ଯେଉଁଥିରେ ଜନସାଧାରଣ ଙ୍କ ସହିତ ଗାଡ଼ିମଟର ଚଳାଚଳରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ରିମୁଳିରୁ ରାଜମୁଣ୍ଡା ପ୍ରଯ୍ୟନ୍ତ ରାସ୍ତାର ନବୀ କରଣ କାର୍ଯ୍ୟ କରୁଥିବା ମଣ୍ଟେକାର୍ଲୋ କମ୍ପାନୀ ସମସ୍ତ ନିୟମକୁ ଉଲ୍ଲଘଂନ କରିଦେଇଛି । ବିଭାଗୀୟ ଅଧିକାରୀଙ୍କ ନିରବତା ସମସ୍ତଙ୍କ ମନରେ ସନ୍ଦେହ ଜାଗ୍ରତ କରିଛି ତାସହିତ ପ୍ରଦୂଷଣ ବିଭାଗର ନିରବତା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ରାସ୍ତାରେ ପାଣି ମଧ୍ୟ ସିଞ୍ଚନ କରାଯାଉନାହିଁ ଏବଂ କଳକାରଖାନାର ବର୍ଜ୍ୟ ବସ୍ତୁରେ ରାସ୍ତା କାମ କରାଯାଉଛି ଯାହାକି ରାସ୍ତା ତିଆରି ର ଏସଟିମେଣ୍ଟ ରେ ନାହିଁ। କିନ୍ତୁ ଦୁଖଃଦିଅ ବିଷୟ ଯେ ମଣ୍ଟେକାର୍ଲ କମ୍ପାନୀ କଳା ଗୁଣ୍ଡରେ ରାସ୍ତା ପୋତିବାରେ ଲାଗିଛି ।ବର୍ତ୍ତମାନ ରିମୁଳି ରୁ ବାସୁଦେବପୁର ମଧ୍ୟରେ ତଡୁଆପାହାଳ ରେ ୨ଟି ନାରଦପୁର ରେ ୨ଟି ଓ ବାସୁଦେବପୁର ରେ ୩ଟି ଡାଇଭର୍ସନ୍ ରାସ୍ତା ରହିଛି ।କିନ୍ତୁ ଏହି ରାସ୍ତା ଗୁଡ଼ିକ ଠିକ୍ ଭାବେ ନିର୍ମାଣ କରାଯାଇନଥିବାର ଉକ୍ତ ରାସ୍ତାର ମେଟାଲ, ଗଡ଼ି ଉଠିଯାଇ ବଡ଼
‌ ବଡ଼ ଖାଲ ହୋଇଛି ଓ ବେଳେ ବେଳେ କାଳ ବୈଶାଖୀ ବର୍ଷା ହେତୁ ରାସ୍ତା କାଦୁଅ ହେବା ସହିତ ଯାତ୍ରୀଙ୍କ ଚଳାଚଳ ପଥ ଯାମ୍ ରହୁଛି । ଏହି ରାଜପଥରେ ଦିନ ରାତି ସହ ସହ ଟ୍ରକ ,ହ୍ୱାଇବା,ଯାତ୍ରୀବାହୀ ବସ ଓ ଛୋଟ ବଡ ଯାନବାହନ ଚଳାଚଳ କରୁଛି । ସମ୍ମୁଖରେ ଥିବା ଅଞ୍ଚଳବାସୀ କମ୍ପାନୀ ତୁରନ୍ତ ଡାଇଭର୍ସନ୍ ରାସ୍ତା କୁ ଉପଯୁକ୍ତଭାବେ ନିର୍ମାଣ କରିବା ସହ ପ୍ରତିଦିନ ପାଣି ସିଞ୍ଚନ କରିବାକୁ ଦାବି କରିଛନ୍ତି ।ନଚେତ କମ୍ପାନୀର କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here