୪୯ନଂ ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

0
72

ପାଲଲହଡ଼ା(ଆଦ୍ୟାଶା ନ୍ୟୁଜ): ଅନୁଗୋଳ ଜିଲା ପାଲଲହଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ବୁଧବାର ଏକ ଦଶ ଚକିଆ ଟ୍ରକ୍‌ ହଠାତ୍‌ ଜଳିଯାଇଛି। ଖବର ପାଇ ପାଲଲହଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷେ ଗାଡ଼ିର ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରକ୍‌ଟି ଦେବଗଡ଼ରୁ କେନ୍ଦୁଝର ଯାଉଥିଲା। ତେବେ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here