୨୦୧୯ରେ ୫୬ ସାମ୍ବାଦିକ ଙ୍କୁ ହତ୍ୟା

0
38

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ସାମ୍ବାଦିକ ଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା ପ୍ରାୟ ଅଧା କମିଥିବା ଜାତିସଂଘ ମହାସଚିବ ଆଣ୍ଟୋନିିଓ ଗୁଟେରେସ୍‌ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ତଥ୍ୟ ‘ୟୁନେସ୍କୋ ଅବ୍‌ଜରଭେଟୋରି ଅଫ୍‌ କିଲ୍ଡ ଜର୍ନାଲିଷ୍ଟ’ ପୁସ୍ତକରେ ରହିଛି। ୨୦୧୦ରୁ ୨୦୧୯ ମଧ୍ୟରେ ମୋଟ ୮୯୪ ସାମ୍ବାଦିକ ଙ୍କୁ ହତ୍ୟା କରାଯାଇଥିବା ୟୁନେସ୍କୋ ଦର୍ଶାଇଛି। ବର୍ଷକୁ ହାରାହାରି ୯୦ ସାମ୍ବାଦିକ ଙ୍କୁ ହତ୍ୟା କରାଯାଇଥିବା ଏଥିରୁ ସ୍ପଷ୍ଟ ଅନୁମେୟ। ଲାଟିନ୍‌ ଆମେରିକା, କାରିବିୟାନରେ ସର୍ବାଧିକ ସାମ୍ବାଦିକ ଙ୍କ ପ୍ରାଣ ଯାଇଛି। ରାଜନୀତି, ଦୁର୍ନୀତି, ଅପରାଧ ସମ୍ପର୍କରେ ରିପୋର୍ଟିଂ କଲାବେଳେ ସାମ୍ବାଦିକ ଙ୍କୁ ଟାର୍ଗେଟ କରାଯାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here