୧ ବର୍ଷ ପିଲାର ପିଠି ରେ ଆବୁ ବଢୁଛି : ସରକାର ଦୃଷ୍ଟି ଦିଅନ୍ତୁ

0
38

କେନ୍ଦୁଝର –(ରବୀନ୍ଦ୍ର ଖମଣିଆ /ଆଦ୍ୟାଶା ନ୍ୟୁଜ )ଆଜିର ଦିବସରେ ସରକାରୀ ହେଉ କି ଘରୋଇ ଡାକ୍ତରଖାନାରେ ମିଳିବ ୫ଲକ୍ଷ ବୀମା। ଏମିତି ମନଲୋଭା ଘୋଷଣା ପ୍ରକୃତରେ ଦାରିଦ୍ର ସୀମାରେଖାତଳେ ରହୁଥିବା ପାଖରେ ପହଞ୍ଚି ପାରୁନି। କଟକ ଡାକ୍ତରଖାନାକୁ ଚିକିତ୍ସାପାଇଁ ଯାଇ ଥିବା ବେଳେ ରୋଗୀକୁ ଫେରାଇ ଦିଆଯାଉଛି। କେନ୍ଦୁଝର ପ୍ରଶାସନର ନିରବଦ୍ରଷ୍ଟା। ଏଇ ଘଟଣା ଘଟିଛି କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ତର୍ଗତ ଉପରରାଇଗୋଡା ପଞ୍ଚାୟତର ବିରିନ୍ଦା ଗ୍ରାମର ବିଶୁଦେହୁରୀ,ଶୁସିଳାଙ୍କ ପୁଅ ଆଶିଷ୍ ଏକ ବର୍ଷର ହେଇଥିବା ବେଳେ ଜନ୍ମରୁ ପିଠିରେ ଗୋଟିଏ ଛୋଟ ଆବୁ ହୋଇଥିଲା। ପ୍ରଥମେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ପାଇଁ, ନେଇଥିଲେ ଡାକ୍ତର କଟକ ନେବାପାଇଁ ପରାମର୍ଶ ଦେଇଥିଲେ। ବିଶୁଦେହୁରୀ ପାଖରେ ଚିକିତ୍ସା ପାଇଁ ଟଙ୍କା ନ ଥିବାରୁ ୪ଟି ଛେଳିକୁ ବିକି କଟକ ନେଲେ ,। କଟକର ଡାକ୍ତର ମାସେ ପରେ ଆଣିବାକୁ କହିଲେ ପୁଣି କେନ୍ଦୁଝର ନେଇ ଆସିବା ପରେ ମାସକ ପରେ କଟକ ନେଲେ ଡାକ୍ତର ୪/୫ଦିନ ରଖି ଅତ୍ସୋପ୍ରଚାର କଣ କରିବେ ପୁଣି ଫେରାଇ ଦେଇଛନ୍ତି। ଦୁଇଥର କଟକ ଯିବା ଆସିବା,ରହିବା ଭିତରେ ବିଶୁର ଛେଳି ବିକା ଓ ସାଇତା ଟଙ୍କା ସରିଗଲା ବୋଲି ଜଣାଇଛନ୍ତି। ଅପର ପକ୍ଷରେ ବାଲ୍ୟ ଆଶିଷ୍ ପିଠିରେ ଥିବା ଟ୍ୟୁମର ବଢିବାରେ ଲାଗିଛି,ପ୍ରବଳ ଯନ୍ତ୍ରଣା ଯୋଗୁଁ ବିଳିବିଳେଇ ହୋଇ ସବୁବେଳେ କାନ୍ଦୁଛି।କଟକରୁ ଫେରାଇ ଦେଇଥିବା ଅର୍ଥ ନ ଥିବା ହେତୁ ଗାଁ ବଇଦ ଠାର ଚେରମୂଳୀ ଚିକିତ୍ସା କରୁଛି। ଅସହାୟ ଆଶିଷର କାନ୍ଦରେ ପିତାମାତା ସହି ପାରୁ ନାହାଁନ୍ତି। ଯଦି କେନ୍ଦୁଝର ପ୍ରଶାସନ ଗରିବ ବିଶୁ ଦେହୁରୀର ପୁଅ ଆଶିଷକୁ ଅତ୍ସୋପ୍ରଚାରର ସୁବନ୍ଦୋବସ୍ତ କରାଇଲେ ଶିଶୁଟିର ଭବିଷ୍ୟତ ଉଜ୍ଜଳ ହେବ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here