୧୨ବର୍ଷର ବାଳକ ଆୟୁଷ ନିର୍ମାଣ କଲେ , ସୋସିଆଲ ମିଡ଼ିଆ ରାଉଟର (ମୁଖ୍ୟ ମନ୍ତ୍ରୀଙ୍କୁ ଜନ୍ମଦିନ ର ଭେଟି)

0
63

ସମ୍ବଲପୁର ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦୁର୍ଗମ ଅଞ୍ଚଳ ସମ୍ବଲପୁର ଜିଲ୍ଲାର ନାକଟିଦେଉଲ ବ୍ଲକ କୁଡାନାଲି ଗ୍ରାମର ୧୨ବର୍ଷ ବୟସ୍କ ସପ୍ତମ ଶ୍ରେଣୀ ଛାତ୍ର( ବର୍ତ୍ତମାନ ଦେବଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଅଧ୍ୟୟନ ରତ) ଆୟୁଷ ରଞ୍ଜନ ରାଉତ ନିର୍ମାଣ କଲେ, ସୋସିଆଲମିଡ଼ିଆ ରାଉଟର । ଯାହାର ୱେବ ସାଇଟ ହେଲା www. wrauter. com ରେ ଉପଲବ୍ଧ ।ଓଡ଼ିଶାରେ ନିର୍ମିତ ଏହା ସର୍ବପ୍ରଥମ ଓ ଏକମାତ୍ର ସୋସିଆଲମିଡ଼ିଆ । ଏହାକୁ ଅତିଶୀଘ୍ର ଅନ୍ତର୍ଜାତୀୟ ସ୍ତର ରେ ପରିଚିତ କରେଇବାକୁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଆୟୁଷ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଓଡିଶାର ଜଣେ ସର୍ବକନିଷ୍ଠ ୱେବ ଡିଯାଇନର ଭାବେ , ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଙ୍କ ଠାରୁ ଆଶୀର୍ବାଦ ପାଇ ଏହି କୁନି ୱେବଡିଯାଇନର ରାଉଟର ସୋସିଆଲମିଡ଼ିଆ ନିର୍ମିତ କରିବାକୁ ଯୋଜନା କରିଥିଲେ । ଆଜି ଆମ ଓଡ଼ିଶାର ଲୋକପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପବିତ୍ର ଜନ୍ମ ତିଥିରେ ଏହି ରାଉଟର କୁ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନର ଭେଟି ସହିତ ସମର୍ପଣ କରି ଲୋକାର୍ପଣ କରିଛନ୍ତି କନିଷ୍ଟ ୱେବଡିଯାଇନର ଆୟୁଷ ।

LEAVE A REPLY

Please enter your comment!
Please enter your name here