ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି ନବୀନ: ବିଜେପି

0
98

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ସେ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହେବେ ବୋଲି ତାଲିକାରେ ଦର୍ଶାଯାଇଛି। ତେବେ ନବୀନ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ନେଇ ବିଜେପି ଟାର୍ଗେଟ କରିଛି। ହିଞ୍ଜିଳିରେ ନବୀନଙ୍କ ପ୍ରତି ବଢ଼ି ଚାଲିଥିବା ଅସନ୍ତୋଷ ଯୋଗୁଁ ହାରିବା ଭୟରେ ସେ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିବା ବିଜେପି ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏପରି ଅଭିଯୋଗ ଆଣିଛି। ଏହାସହ ଓଡ଼ିଶା ପୁଲିସର ଗୁଇନ୍ଦା ରିପୋର୍ଟ ଦେଖାଇ ହିଞ୍ଜିଳିରେ ନବୀନ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ଅଭିଯୋଗ କରିଛି। ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, “ନବୀନ ହିଞ୍ଜିଳି ଅଞ୍ଚଳରେ ଲୋକପ୍ରିୟ ଥିଲେ ବି ସେଠାରେ ରାସ୍ତାଘାଟ ଭଳି ମୌଳିକ ଭିତ୍ତିଭୂମିର ବିକାଶ ପଛରେ ପଡିଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଇଯାଇଛି। କାଳିଆ ଯୋଜନାରେ ବହୁ ମିଛ ହିତାଧୀକାରୀଙ୍କୁ ଟଙ୍କା ବଣ୍ଟାଯିବାକୁ ନେଇ ମଧ୍ୟ ଚାଷୀ ଅସନ୍ତୁଷ୍ଠ ଅଛନ୍ତି। ସ୍ଥାନୀୟ ଅଞ୍ଚଳର ବିଜେଡି କର୍ମୀଙ୍କୁ ଛାଡି ଅନ୍ୟ କେହି ବାତ୍ୟା କ୍ଷତିପୂରଣ ନପାଇବା ମଧ୍ୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଡାଇଥିବା ଗୁଇନ୍ଦା ରିପୋର୍ଟ କହିଥିଲା। ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଥର ହିଞ୍ଜିଳିରୁ ପ୍ରାର୍ଥୀ ନହେବା ପାଇଁ ପରାମର୍ଶ ଦିଆଯାଇଥିଲା। ନବୀନଙ୍କ ପାଇଁ ବିଜେପୁର ସମେତ ରାଉରକେଲା, ବଲାଙ୍ଗୀର, ଟିଟିଲାଗଡ଼ରୁ ବିକଳ୍ପ ଆସନ ଭାବେ ଦର୍ଶାଇଥିଲା ଗୁଇନ୍ଦା ବିଭାଗ।”

LEAVE A REPLY

Please enter your comment!
Please enter your name here