ହାତୀ କବଳରେ ପଡ଼ି ମହିଳା ମୃତ : କ୍ଷତିପୂରଣ ଦାବିରେ ଆଠମଲ୍ଲିକ-ବଇଣ୍ତା ରାସ୍ତା ଅବରୋଧ

0
30

ଆଠମଲ୍ଳିକ: ବୁଧବାର ଭୋର୍‌ ସମୟରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି।

ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ୬୦ ବର୍ଷୀୟ ସୁବାସିନୀ ନାୟକ।

ପ୍ରକାଶ ଯେ, ସୁବାଷିନୀ ମଙ୍ଗଳବାର ନୂଆଗଡ଼ସ୍ଥିତ ତାଙ୍କ ଭାଇ ଧନେଶ୍ବର ନାୟକଙ୍କ ଘରକୁ ଯାଇଥିଲେ। ବୁଧବାର ସକାଳୁ ସେ ଶୌଚ ହେବାକୁ ବାହାରକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ନୂଆଗଡ଼ ଗ୍ରାମବାସୀ ଆଠମଲ୍ଲିକ-ବଇଣ୍ତା ପୂର୍ତ୍ତବିଭାଗ ରାସ୍ତାର ନୂଆଗଡ଼ଠାରେ ରାସ୍ତା ଅବରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here