ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

0
67

କେନ୍ଦୁଝର  (ଆଦ୍ୟାଶା ନ୍ୟୁଜ ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାଣ ହରାଇଥିବା ମହିଳାଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଆକୁଳ ଗ୍ରାମର ରବି ରଣସିଂହଙ୍କ ସ୍ତ୍ରୀ କଦଳୀ ରଣସିଂହ। ତାଙ୍କର ବୟସ ୬୭ ବର୍ଷ । ସେ ନିୟମିତଭାବେ ଟୁଲ (ମହୁଲ ଫଳ) ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି।

ଆଜି ସକାଳେ ସେ ଟୁଲ (ମହୁଲ ଫଳ) ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here