ହାତୀ ଆକ୍ରମଣରେ ଦୁଇ ମୃତ

0
110

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଞ୍ଚଳରେ  ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ଅନ୍ତର୍ଗତ କାନପୁର ଗାଁର ସଞ୍ଜୁଲତା ରାଉତ ଓ ନୂଆଗୁରୁଡ଼ି ଗାଁର ଜଗା ମଲ୍ଲିକ।

ସଞ୍ଜୁଲତା ରାଉତ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ସେହିପରି ଗତକାଲି ସଂଧ୍ୟାରେ ଜଗା ବାଇକ୍‌ରେ ଯାଉଥିବାବେଳେ ହଠାତ୍‌ ଜଙ୍ଗଲ ଭିତରୁ ଏକ ହାତୀ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ବାଇକ୍‌ରୁ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ୍‌ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ, ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here