ହାତରେ ଥାଳି ଧରି ବାତ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟ ମାଗିଲେ ଏସ୍‌ପି

0
80

ପାରଳାଖେମୁଣ୍ଡି (ଆଦ୍ୟାଶା ନ୍ୟୁଜ): ବାତ୍ୟା ‘ଫୋନି’ ତାଣ୍ଡବ ରଚିବାର ୬ ଦିନ ବିତିଗଲାଣି। ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ଲାଘବ ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର। ଏଭଳି ସ୍ଥିତିରେ ଗଜପତି ଏସ୍‌ପି ଏକ ନିଆରା ଢଙ୍ଗରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି।

ହାତରେ ଥାଳି ଧରି ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଲୋକଙ୍କୁ ସହାଯ୍ୟ ମାଗୁଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ବି ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କଠୁ ସହାୟତା ରାଶି ସଂଗ୍ରହ କରୁଛନ୍ତିା

ଏଥିରେ ପ୍ରଥମ ଦିନ ଏକ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା। ଏପରି ଭାବେ  ୧୦ ତାରିଖ ଯାଏ ଜିଲ୍ଲା ପୁଲିସ୍ ପାଣ୍ଠି ସଂଗ୍ରହ କରିବ। ଖାଲି ଏତିକି ନୁହଁ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଦିନକର ଦରମା ମଧ୍ୟ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଗଜପତି ଜିଲ୍ଲପାଳ ଅନୁପମ ଶାହା ମଧ୍ୟ ରିଲିଫ୍ ପାଣ୍ଠି ସଂଗ୍ରହ କରିବାକୁ ନିବେଦନ କରିଛନ୍ତିା ଜିଲ୍ଲାପାଳ ନିଜେ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତିା ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଫୋନି ପ୍ରପୀଡ଼ିତଙ୍କ ପାଇଁ ସହାୟତା ଯୋଗାଡ଼ କରିବାକୁ ଲାଗି ପଡ଼ିଛନ୍ତି। ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ରହିଛି। ଯେ କୌଣସି ବ୍ୟକ୍ତି ଚାହିଁଲେ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିପାରିବେ।

Coming Soon
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା

 

LEAVE A REPLY

Please enter your comment!
Please enter your name here