ହାଣ୍ତିଭଙ୍ଗା ପଞ୍ଚାୟତ ଅନାସ୍ଥାଭୋଟ କାଟ୍ ଖାଇଲା ସରପଞ୍ଚପଦବୀ ବଳବତ୍ତର ରହିଲା

0
50

କେନ୍ଦୁଝର (ଆଦ୍ୟାଶା ନିଉଜ /ସଂଜୀବ ସାହୁ ) କେନ୍ଦୁଝର ସଦର ବ୍ଲକ ହାଣ୍ଡିଭଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ବୀଣାପାଣି ସୋରେନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ହାଣ୍ଡିଭଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦୁଝର ତହସିଲଦାର ପ୍ରକାଶ ବେହେରା ଏବଂ ଏସ.ଡି.ପି.ଓ ପ୍ରକାଶ ଜେମ୍ସ ଟୋପ ଙ୍କ ଉପସ୍ଥିତିରେ ଭୋଟ ହେବାର ଥିଲା। କିନ୍ତୁ ସର୍ବମୋଟ ୧୫ଜଣ ୱାଡ଼ମେମ୍ବରଙ୍କ ମଧ୍ୟରୁ ସରପଞ୍ଚଙ୍କ ସମର୍ଥିତ ୬ଜଣ ୱାଡ଼ ମେମ୍ବର ନଟବର ସର୍ଦାର ନାଏବ ସରପଞ୍ଚ,ଦ୍ୱାରିକା ମହାନ୍ତ, ସ୍ୱପ୍ନା ନାଏକ,ଉଷାରାଣି ସର୍ଦାର,ଚିତ୍ତରଞ୍ଜନ ମୁଣ୍ଡା ଏବଂ ଟଙ୍କଧର ପରିଡା ଅନୁପସ୍ଥିତ ରିହିବା କାରଣରୁ ଭୋଟ ହୋଇପାରିଲାନାହଁ।ଯାହାଫଳରେ ଅନାସ୍ଥା କାଟ ଖାଇଲା ଏବଂ ସରପଞ୍ଚ ବୀଣାପାଣି ସୋରେନଙ୍କ ପଦବୀ ବଳବତ୍ତର ରହିଲା । ଭୋଟ ହେବାକୁ ଥିବା ସ୍ଥାନରେ ଉଭୟ ସରପଞ୍ଚ ଏବଂ ବିଦ୍ରୋହୀ ୱାର୍ଡମେମ୍ବରମାନଙ୍କ ପକ୍ଷରୁ ଶତାଧିକ ସମର୍ଥକ ରୁଣ୍ଡିଭୁତ ହୋଇଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସଦର ଥାନା ଆଈ ଆଈ ସି ଜୟନାରାୟଣ ଖଣ୍ଡାଇ ସଦଳବଳେ ସେଠାରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ସରପଞ୍ଚ ବୀଣାପାଣି ସୋରେନଙ୍କ ପଦବୀ ବଳବତ୍ତର ରହିଥିବାରୁ ତାଙ୍କ ସମର୍ଥକଙ୍କ ମନରେ ଆନନ୍ଦ ଖେଳିଯାଇଛି।ଏବଂ ଏସ.ଡି.ପି.ଓ ପ୍ରକାଶ ଜେମ୍ସ ଟୋପ ଙ୍କ ଉପସ୍ଥିତିରେ ଭୋଟ ହେବାର ଥିଲା।କିନ୍ତୁ ସର୍ବମୋଟ ୧୫ଜଣ ୱାଡ଼ମେମ୍ବରଙ୍କ ମଧ୍ୟରୁ ସରପଞ୍ଚଙ୍କ ସମର୍ଥିତ ୬ଜଣ ୱାଡ଼ ମେମ୍ବର ନଟବର ସର୍ଦାର ନାଏବ ସରପଞ୍ଚ,ଦ୍ୱାରିକା ମହାନ୍ତ, ସ୍ୱପ୍ନା ନାଏକ,ଉଷାରାଣି ସର୍ଦାର,ଚିତ୍ତରଞ୍ଜନ ମୁଣ୍ଡା ଏବଂ ଟଙ୍କଧର ପରିଡା ଅନୁପସ୍ଥିତ ରିହିବା କାରଣରୁ ଭୋଟ ହୋଇପାରିଲାନାହଁ।ଯାହାଫଳରେ ଅନାସ୍ଥା କାଟ ଖାଇଲା ଏବଂ ସରପଞ୍ଚ ବୀଣାପାଣି ସୋରେନଙ୍କ ପଦବୀ ବଳବତ୍ତର ରହିଲା । ଭୋଟ ହେବାକୁ ଥିବା ସ୍ଥାନରେ ଉଭୟ ସରପଞ୍ଚ ଏବଂ ବିଦ୍ରୋହୀ ୱାର୍ଡମେମ୍ବରମାନଙ୍କ ପକ୍ଷରୁ ଶତାଧିକ ସମର୍ଥକ ରୁଣ୍ଡିଭୁତ ହୋଇଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସଦର ଥାନା ଆଈ ଆଈ ସି ଜୟନାରାୟଣ ଖଣ୍ଡାଇ ସଦଳବଳେ ସେଠାରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ସରପଞ୍ଚ ବୀଣାପାଣି ସୋରେନଙ୍କ ପଦବୀ ବଳବତ୍ତର ରହିଥିବାରୁ ତାଙ୍କ ସମର୍ଥକଙ୍କ ମନରେ ଆନନ୍ଦ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here