ହାଟପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ,

0
34

କେନ୍ଦୁଝର,(ଆଦ୍ୟାଶା ନ୍ୟୁଜ /ସଂଜୀବ ସାହୁ ) -କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟପଡିଆରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ମୃତ ଯୁବକ ଜଣଙ୍କ ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମର ୰ରାହାସ ମୁଣ୍ଡାଙ୍କ ବଡପୁଅ ଶରତ ମୁଣ୍ଡା(୩୦) ବୋଲି ଜଣାପଡ଼ିଛି । ରବିବାର ଦିନ କୌଣସି କାମରେ ହରିଚନ୍ଦନପୁର ଆସିଥିଲେ, ବିଳମ୍ବ ସହ ଦେହ ଅସୁସ୍ଥ କାରଣରୁ ହାଟପଡିଆରେ ବିଶ୍ରାମ ନେଉଥିବାର ଜଣାପଡିଛି । ସେଠାରେ ତାଙ୍କର ରକ୍ତବାନ୍ତି ହେଇଥିଲା, ପରେ ତାଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିବାର ଅନୁମାନ କରାଯାଉଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା । ସୋମବାର ସକାଳ ସମୟରେ ହାଟପଡିଆରେ ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପକେଟରୁ ମିଳିଥିବା ମୋବାଇଲ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here