ସ୍ୱାଧୀନତା ଦିବସରେ ଲଦାଖରେ ତ୍ରିରଙ୍ଗା ଉଡାଇବେ ଧୋନୀ

0
45

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଜମ୍ମୁ କାଶ୍ମୀର ସହ ମିଶି ରହିଥିବା ଲଦାଖ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଧୋନୀ ସେଠାରେ ତ୍ରିରଙ୍ଗା ଉଡାଇବେ ଭାରତୀୟ ସେନାର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଭାରତକୁ ସବୁ ଫର୍ମାଟରେ ଚାମ୍ପିଅନ କରାଇଥିବା ମହେନ୍ଦ୍ର ସିଂହ ଧୋନୀ ସମ୍ମାନ ସୂରୁପ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପାଇଥିଲେ। ଚଳିତ ବିଶ୍ୱକପ୍‍ ସମୟରେ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଲାଗିରହିଥିଲା। ବିଶ୍ୱକପ୍ ପରେ ଅବସର ଚର୍ଚ୍ଚା ଉପରୁ ପରଦା ଉଠାଇ ଥିଲେ ବିଶ୍ୱର ଏକ ନମ୍ବର ଫିନିସର ଧୋନୀ।
ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ ଗସ୍ତ ସମୟରେ ଧୋନୀ ବିସିସିଆଇକୁ ଚିଠି ମାଧ୍ୟରେ ଦୁଇ ମାସ କ୍ରିକେଟରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ କାରଣ ଧୋନୀ ଏହି ଦୁଇମାସ ଭାରତୀୟ ସେନାପାଇଁ ସମୟ ଦେବେ ବୋଲି ଉଲ୍ଲେଖ କରିଥିଲେ। ଧୋନୀ ସେନାରେ ଯୋଗଦେବା ପରେ ଯୁଦ୍ଧାଭ୍ୟାସ କରିଥିଲେ। ଧୋନୀ କାଶ୍ମୀର ଘାଟିରେ ଯୋଗଦେବା ପରେ ସୋସିଆଲ ମିଡିଆରେ ବହୁ ଫଟୋ ଭାଇରାଲ ହେଉଛି।

 

 

LEAVE A REPLY

Please enter your comment!
Please enter your name here