ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକ୍ରି ଉଦ୍ୟମ କରୁଥିଲା ମା

0
84

ଭୁବନେଶ୍ୱର, (ଆଦ୍ୟାଶା ନ୍ୟୁଜ) : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଫଳରେ ସ୍ଥାନୀୟ ଲୋକେ ହୋହାଲ୍ଲା କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଖବର ପାଇ ଚାଇଲ୍ଡଲାଇନ ଅଧିକାରୀମାନେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ଖଣ୍ଡଗିରିସ୍ଥିତ ଏକ ଚାଇଲ୍ଡକେୟାରରେ ଛାଡ଼ିଛନ୍ତି। ମହିଳାଙ୍କ ସ୍ବାମୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅର୍ଥାଭାବରୁ ମହିଳା ଜଣଙ୍କ ଏଭଳି କରିଥିବା ନେଇ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here