ସ୍ପଞ୍ଜ ଛକ ମଝିରେ ବିରାଟ ଖାଲ ଓ ଟ୍ରାଫିକସେବା ବିପର୍ଯ୍ୟସ୍ତ;ଜନସାଧାରଣ ଙ୍କ ଯାତାୟତ ରେ ବାଧାପ୍ରାପ୍ତ,

0
81

କେନ୍ଦୁଝର,(ଆଦ୍ୟାଶା ନିଉଜ /ସଂଜୀବ ସାହୁ ) ରାଜ୍ୟ ସରକାର ଜାତୀୟ ରାଜପଥ ଗୁଡ଼ିକୁ ଚିକିଣିଆ ସୁନ୍ଦର ସୁନ୍ଦର ଡିଜାଇନ କରି ଦେଉଛନ୍ତି।ହେଲେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ସ୍ପଞ୍ଜ ଛକ ମଝିରେ ବିରାଟ ଖାଲ ରହିଛି। ଏହା ସହିତ ଏଠାରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ନାହିଁ।ଏହି ସ୍ପଞ୍ଜ ଛକ ଦେଇ ହଜାର ହଜାର ଟ୍ରକ ଲୁହାପଥର ଲୋଡ କରିବାକୁ ମାଇନ୍ସ ଯାଉଛନ୍ତି। ଏବଂ ସ୍ପଞ୍ଜ ଛକ ଦେଇ ହଜାର ହଜାର ଗାଡ଼ି ଯିବା ଆସିବା କରୁଛନ୍ତି। ଓ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଗାଡ଼ି ଗୁଡିକ ମନଇଚ୍ଛା ଯିବା ଆସିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି।ଏବଂ ଏହି ସ୍ପଞ୍ଜ ଛକରୁ ମାତ୍ର ୫୦ ମିଟର ଦୂରରେ ରହିଛି ପଳାଶ ପଙ୍ଗା ଫାଣ୍ଡି।ଏବଂ ଫାଣ୍ଡିରୁ ମାତ୍ର ୧୦୦ ମିଟର ଦୂରରେ ଟ୍ରକ ଗାଡ଼ି ଗୁଡିକ ରାଜପଥ ଉପରେ ରଖୁଥିବାରୁନ ଏହି ଛକରେ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଛକ ମଝିରେ ବିରାଟ ଖାଲ ଥିବାରୁ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ଲୋକେମାନେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।ଏବଂ ଏହି ଛକଠାରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଜନସାଧାରଣ ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ଏଠାରେ ତୁରନ୍ତ ଛକ ମଝିରେ ଥିବା ଖାଲକୁ ବିନିକରଣ କରି ଏଠାରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ ସ୍ଥାନୀୟ ଦୋକାନୀ ଏବଂ ପଥଚାରୀ ମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here