ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ୱାମୀ ଗିରଫ

0
43

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠର ଗ୍ରାମରରେ ଗରୁବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଗାଁର ସଂଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମମିତାକୁ ଟାଙ୍ଗୀଆରେ ହାଣି ହତ୍ୟାକରିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ସଂଜୟ ଦାସକୁ ଗିରଫ କରିଛି । ସଂଜୟ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଅନ୍ୟ ପକ୍ଷରେ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଆଯାଇ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ମା ଥାନାରେ ଏତଲା ଦେଇଛନ୍ତି ।

ମିଳିଥିବା ତଥ୍ୟ ଅନୁସାରେ ୯ ବର୍ଷ ତଳେ ଭଦ୍ରକ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ଅଞ୍ଚଳର ରବିନ୍ଦ୍ର ମହାଳିଙ୍କ ବଡଝିଅ ରଶ୍ମିତା କୋଠାର ଗ୍ରାମର ସଂଜୟଙ୍କ ସହ ଅସୁରାଳ ମନ୍ଦିରରେ ବାହାଘର ହୋଇଥିଲା । ତାଙ୍କର ୪ବର୍ଷ ଝିଅ ଓ ୩ ବର୍ଷର ପୁଅ ଅଛି । ସଂଜୟ ଅଧିକାଂଶ ଦିନ ବାହାର ରାଜ୍ୟର କାମ କରି ଗୁଜୁରାଣ ମେଣ୍ଟାଇଥାଏ । ଗତ କାଲି ରାତିରେ ସେହି ଘଟଣାକୁ କେନ୍ଦ୍ରକରି ଉଭୟ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ଏକ ଟାଙ୍ଗିଆରେ ରଶ୍ମିତାକୁ ହାଣି ଗୁରୁତର କରିଥିଲା । ତୁରନ୍ତ ରଶ୍ମିତାଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here