ସୁଷମାଙ୍କ ଶେଷ ଦର୍ଶନ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0
36

ନୂଆଦିଲ୍ଲୀ: ଗତକାଲି ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି। ଏ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବହୁ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗହଳି ଲାଗିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁଷମାଙ୍କ ବାସଭବନରେ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁଷମାଙ୍କ ଝିଅ ବାଂଶୁରୀ ଓ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ସ୍ୱରାଜ କୌଶଲଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ଭାବ ବିହ୍ୱଳ ହୋଇଯାଇଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଯାଇ ଥିବା ଦେଖିବାକୁ ମିଳିଥିଲା।

ଅପରାହ୍ଣ ୩ଟା ବେଳକୁ ତାଙ୍କ ମରଶରୀରକକୁ ଲୋଧି ରୋଡ୍‌ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

 

 

LEAVE A REPLY

Please enter your comment!
Please enter your name here