ସୁଶୀଲ କୁମାର ସିନ୍ଦେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା

0
42

ନୂଆଦିଲ୍ଲୀ,: ପୂର୍ବତନ ସ୍ବରାଷ୍ଟ ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ଲୋକ ସଭା ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡିବାକୁ ଅଡି ବସିଥିଲାବେଳେ ତାଙ୍କ ସ୍ଥାନରେ କିଏ ଅଧ୍ୟକ୍ଷ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ମହାରାଷ୍ଟ୍ର ରାଜନୀତିର ସକ୍ରିୟ ନେତା ସୁଶୀଲ କୁମାର ସିନ୍ଦେ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଗାନ୍ଧୀ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି। କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏଥିରେ ସହମତି ପ୍ରଦାନ କରିଛନ୍ତି। ପୂର୍ବରୁ ସିନ୍ଦେ ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ଭାଜପାର ଭୈର ସିଂହ ଶେଖାୱତ ତାଙ୍କୁ ନିର୍ବାଚନରେ ହରାଇଥିଲେ। ଗତ ନିର୍ବାଚନରେ ମହାରାଷ୍ଟ୍ରର ସୋଲାପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here