ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ରେ ଏଥର କଂଗ୍ରେସ ମୂଳପୋଛ !!!!

0
87

ରାଉରକେଲା (ଆଦ୍ୟାଶା ନ୍ୟୁଜ /ରଶ୍ମିତା ରାଉତ ) ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ରୁ ଏଥର କଂଗ୍ରେସ ସମ୍ପୂର୍ଣ ମୂଳପୋଛ ହେବାର ସମ୍ଭାବନା ରହିଛି । ଆଦ୍ୟାଶା ନ୍ୟୁଜ ପକ୍ଷ ର ନିର୍ବାଚନୀ ପରବର୍ତୀ ସର୍ଭେ ଅନୁଯାଇ ସୁନ୍ଦରଗଡ଼ ଲୋକସଭା ଆସନ ରୁ ଏଥର ପୁଣି ବିଜେପି ପ୍ରାର୍ଥୀ ଜୁଏଲ ଓରାମ ନିର୍ବାଚିତ ହେଉଥିବା ନିଶ୍ଚିତ ହୋଇ ଥିବା ବେଳେ କଂଗ୍ରେସ ଦଳୀୟ କନ୍ଦଳ ରୁ ଏହି ଆସନ ଟିକୁ ହାତଛଡା କରୁଛି । କଂଗ୍ରେସ ପ୍ରାଥୀ ଜର୍ଜ ତିର୍କି ଙ୍କ ପ୍ରତି ଯେପରି ଜନସମର୍ଥନ ରହିଥିଲା ସମସ୍ତେ ଭାବିଥିଲେ ଜୁଏଲ ଙ୍କ ପତନ ନିଶ୍ଚିତ ।ଦିଲୀପ ରାୟ ଙ୍କ ଇସ୍ତଫା ,ମୁକ୍ତିକାନ୍ତ ବିଶ୍ୱାଳ ଘଟଣା ଇତ୍ୟାଦି ବିଭିନ୍ନ ଘଟଣା କୁ ପର୍ଯ୍ୟାଲୋଚନା କଲେ କଂଗ୍ରେସ ସବୁ ଠାରୁ ଅଧିକ ଫାଇଦା ପାଇଥାନ୍ତା ,କିନ୍ତୁ ସମଗ୍ର ଜିଲ୍ଲା ରେ ଗୋଷ୍ଠୀକନ୍ଦଳ ହିଁ କଂଗ୍ରେସ ବିନାଶ ର କାରଣ ବୋଲି ସାଧାରଣ ରେ ଚର୍ଚା ହେଉଛି ।
କେବଳ ଲୋକସଭା ନୁହେଁ ,ଜିଲ୍ଲା ର ୭ ଟି ଯାକ ନିର୍ବାଚନୀ ମଣ୍ଡଳୀ ରେ ବି ସମାନ ଅବସ୍ଥା ।ଗତ ନିର୍ବାଚନ ରେ ହାତେଇ ଥିବା ତଲସରା ଓ ସୁନ୍ଦରଗଡ଼ ଆସନ ବି ଏଥର ଯିବା । ରାଉରକେଲା ରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ରେ କଂଗ୍ରେସ ବାଜିମାତ କରିବାର ଯେଉଁ ଆଶା ଥିଲା ତାହା ଆଶା ରେ ହିଁ ରହିଯିବ । ସର୍ବୋପରି ଦେଖିବାକୁ ଗଲେ ସମଗ୍ର ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ରେ କଂଗ୍ରେସ ର ଗୋଷ୍ଠୀକନ୍ଦଳ ହିଁ ଦଳ କୁ ଧ୍ବଂସ କରିଦେଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
କେବଳ ଦଳୀୟ କନ୍ଦଳ ନୁହେଁ ରାଜ୍ୟ କଂଗ୍ରେସ ନେତୃତ୍ୱ ମଧ୍ୟ ଏହିପାଇଁ ସମପରିମାଣ ରେ ଦାୟୀ । ଯଦି ଏବେଠାରୁ ଦଳ ର କର୍ମକର୍ତା ମାନେ ସଜାଗ ନ ରୁହନ୍ତି ତେବେ ବିରୋଧୀ ଦଳ ଭାବେ ମଧ୍ୟ ନିଜ ସମ୍ମାନ ରଖିବା କଷ୍ଟକର ହୋଇ ପଡିବ ।

LEAVE A REPLY

Please enter your comment!
Please enter your name here