ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ, ୩ ଆହତ

0
98

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସର୍ଗିପାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସା ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସଂରକ୍ଷିତ ଆସନର ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇ ରାତି ପ୍ରାୟ ୧ଟା ୪୫ ମିନିଟରେ ସର୍ଗିପାଲିର ଏକ ପଡ଼ାକୁ ଯାଇଥିଲେ। ଠିକ୍ ସେହି ସମୟରେ ୬/୭ ଜଣ ଲୋକ ସେଠାରେ ପହଞ୍ଚି ଲୋକଙ୍କୁ ବିଜେଡି ଲାଗି ପଇସା ବାଣ୍ଟୁଛ ବୋଲି କହି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଯୋଗେଶ ସିଂହଙ୍କ ୨ ଭାଇ ନରେଶ ପ୍ରତାପ ସିଂହ , ରିତେଶ ସିଂହ ଏବଂ ତାଙ୍କ ସହଯୋଗୀ ସୁମନ୍ତ ପଟେଲଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

ଆହତମାନଙ୍କୁ ଲହୁଲୁହାଣ ଅବସ୍ଥାରେ ନିକଟସ୍ଥ ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣା ତଦନ୍ତ ଚଳାଇଛି। 

LEAVE A REPLY

Please enter your comment!
Please enter your name here