ସୁଗୁଡା ଓ ଆଖ ପାଖ ଅଞ୍ଚଳରେ ହାତୀ ଉପଦ୍ରବ

0
25
ଦେବଗଡ଼:(ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲାର ସୁଗୁଡା ଓ ଆଖ ପାଖ ଅଞ୍ଚଳ ରେ ବୃଦ୍ଧିପାଇଛି ହାତୀ ଉପଦ୍ରବ । ଏଇ ଏକ ସପ୍ତାହ ରୁ ଉର୍ଦ୍ଧ୍ବ ହେବ ସୁଗୁଡା, ଶ୍ରୀନିବାସ ପୁର , ଛେପଲି ପାଲି ଓ ଏହାର ଆଖ ପାଖ ଅଞ୍ଚଳରେ ହାତୀ ମାନଙ୍କ ଉପଦ୍ରବ ଯୋଗୁଁ ଲୋକମାନେ ଭୟରେ ଛାନିଆ ହେଲେଣି । ରାତି ସମୟ ରେ ହାତୀ ମାନେ ଆସି ଚାଷ ଜମି ନଷ୍ଟ କରି ମାଡି ଦଳୀ ଦେଉଥିବାରୁ ଲକ୍ଷାଧିକ ଟଙ୍କା ର ଚାଷ ନଷ୍ଟ ହୋଇଯାଇଛି । ଏ ବିଷୟରେ ଦେବଗଡ଼ ବନ ବିଭାଗ କୁ ଖବର ଦିଆଯିବାରୁ , ଦେବଗଡ଼ ବନ ବିଭାଗ ଅଧିକାରୀ ଶ୍ରୀମତି କ୍ଷମା ଷଡଙ୍ଗୀ ଙ୍କ ନିର୍ଦ୍ଧେଶ କ୍ରମେ ସୁଗୁଡା ଫୋରେଷ୍ଟର ରଂଜିତା ବେହେରା ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ର ଆକଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here