ସାମ୍ବାଦିକ ଦୁର୍ଘଟଣା ର ପ୍ରଚ୍ଛଦ ପଟ କାହାଣୀ ନକଲି ସାମ୍ବାଦିକ ଖାଇଲେ ନିସ୍ତୁକ, ଭାଙ୍ଗିଲା ଜାନୁହାଡ଼ , ଫିଟିଲା ଆଣ୍ଠୁର ଚକି ।

0
69

ଦେବଗଡ଼ (ଆଦ୍ୟାଶା ନ୍ୟୁଜ/ ଆଲୋକ ପ୍ରସାଦ ) – ଦେବଗଡ଼ ରେ ଦିନକୁ ଦିନ ନକଲି ସାମ୍ବାଦିକ ମାନଙ୍କ ପ୍ରାଦୁର୍ଭାବ ଜୋର ରେ ବଢିଚାଲିଥିବାର ଚର୍ଚ୍ଚା , ଥମିନ ଥିବାବେଳେ , ନକଲି ସାମ୍ବାଦିକ ନିଜକୁ ସାମ୍ବାଦିକ ପରିଚୟ ଦେଇ , ଲୋକଙ୍କୁ ଚାକିରୀ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସାଧାରଣରେ ଅଭିଯୋଗ ହେଉଥିଲା । ଏ ସାମ୍ବାଦିକ ଜଣକ ଏକସହ ରୁ ଦୁଇଶହ ଟଙ୍କା ମାଗି ସ୍ଥାନୀୟ ଜଣେ ଜେ ଇ ଙ୍କ ଠୁ ଗଳା ଧକ୍କା ଖାଇଥିବା , ଓ ମାଛ ବେପାରୀଙ୍କୁ ଦାଦାଵଟି ମାଗୁଥିବା ସମୟରେ ମାଛ ବେପାରୀଙ୍କ ଆହୁଲା ମାଡ଼ରେ ହାତ ଭାଙ୍ଗିଥିବା ମଧ୍ୟ ନଜିର ରହିଛି । ହେଲେ ଏଇ ଗତ ଏକ ସପ୍ତାହ ରୁ ଅଧିକ ହେବ ଉକ୍ତ ନକଲି ସାମ୍ବାଦିକ ଜଣକ ବାରକୋଟ ଅଞ୍ଚଳର ବସାଲଇ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଥିବାବେଳେ , କେହି ସହ ହୃଦୟ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ଼ ଡାକ୍ତର ଖାନା ଆଣିବାରେ ସହାୟ ହୋଇଥିଲେ ବୋଲି ଚର୍ଚ୍ଚା ହୁଏ । ଏ ବ୍ୟକ୍ତି ଜଣକ ର ପରିବାର ଲୋକଙ୍କୁ ଏ ମହାନ ନକଲି ସାମ୍ବାଦିକ ଜଣକ ମନଗଢା କାହାଣୀ କୁହନ୍ତି , ସେ ଏକ ବୋଲେରୋ ଯୋଗେ କୌଣସି କାମରେ , ବାରକୋଟ ଯାଇଥିଲେ ଓ ଉକ୍ତ ବୋଲେରୋ ର ଚାଳକ ଙ୍କ ଆଖି ଲାଖିଯିବାରୁ ବୋଲେରୋ ଟି ଭାରସାମ୍ୟ ହରାଇ ଏକ ଦଶଚକିଆ ଟ୍ରକ ରେ ବାଡେଇ ହେବାରୁ ତାଙ୍କର ଏ ଦୁର୍ଦଶା ହୋଇଛି ବୋଲି । ଏଥିରେ ପ୍ରଶ୍ନ ଉଠୁଛି ଯୋଉଦିନ ଏହି ଘଟଣା ଘଟିଲା ସେହିଦିନ ବାରକୋଟ ଅଞ୍ଚଳରେ କୌଣସି ଦୁର୍ଘଟଣା ଘଟିବା ଖବର ନାହିଁ ଓ ଯଦିବି ଦୁର୍ଘଟଣା ଘଟିଲା ସେ ବୋଲେରୋ ଟି ଗଲା କୌଆଡ଼େ । କିନ୍ତୁ ସତ୍ୟ ଘଟଣା ଟି ହେଲା ଉକ୍ତ ନକଲି ସାମ୍ବାଦିକ ଜଣକ ଚାକିରୀ ଆଳରେ ଟଙ୍କା ଆଦାୟ ପାଇଁ ଯାଇଥିବା ସମୟରେ , ସ୍ଥାନୀୟ କିଛି ଅଧିବାସୀ , ସେ ନକଲି ଜଣକୁ ଦେଲେ ନିସ୍ତୁକ , ଯାହାଫଳରେ ତାଙ୍କର ଭାଙ୍ଗିଲା ଜାନୁହାଡ଼ ହଜିଲା ଚକି ବୋଲି , ଦେବଗଡ଼ ସହର ର ଗଳି କନ୍ଦି, ଚା ଖଟି , ପାନ ଦୋକାନ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here