ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକସଭା

0
31

ରେଢାଖୋଲ(ଆଦ୍ୟାଶା ନ୍ୟୁଜ/ କନ୍ଦର୍ପ ବେହେରା)  – ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଭାପତି ରମାକାନ୍ତ ମହାନନ୍ଦ୍ ଙ୍କ ସଭାପତିତ୍ୱରେ ଦିବଂଗତ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଦିବଂଗତ ସାମ୍ବାଦିକଙ୍କ ବିୟୋଗରେ ୨ ମିନିଟ୍ ନିରବପ୍ରାର୍ଥନା ସହ ଅମର ଅତ୍ମାର ସଦ୍ଗତି କାମନା କରାଯାଇଥିଲା । ସେ ବିଭିନ୍ନ ଟିଭି ଚ୍ୟାନେଲରେ ରାଜନୀତି ତଥା ବାଣିଜ୍ୟ ବିଶାରଦ ଭାବରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରୁଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ସଂଘର ସଭ୍ୟ ଜୟନ୍ତ ଖଡିରତ୍ନ, ପରୀକ୍ଷିତ ଦାଶ , ଜିତେନ୍ଦ୍ର କୁମାର ସାହୁ , ଅରୁଣ କୁମାର ପ୍ରଧାନ, ଶରତ ପ୍ରଧାନ, ନିଗମାନନ୍ଦ ସାହୁ , ରବିନ୍ଦ୍ର ପ୍ରଧାନ, ବିଜୟ କୁମାର ବେହରା,ଯୋଶବନ୍ତନାରାୟଣ ସାହୁ, ଶଙ୍କର ପୃଷ୍ଟି , ଓ ମମତା ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଂଘର ସଂପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here