ସାମନ୍ତରାପାଲି ଗ୍ରାମରେ ରକ୍ତଦାନ ଶିବିର ନିମନ୍ତେ , ପ୍ରସ୍ତୁତି ବୈଠକ

0
42

ଦେବଗଡ଼ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଜ୍ୟୋତି ୟୁଥ କ୍ଲବ ସାମନ୍ତରାପାଲି ଆନୁକୂଲ୍ୟରେ , ଆଜି ସମନ୍ତରାପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ , କ୍ଲବ ର ସଭାପତି ଜନ୍ମେଜୟ ସାହୁ ଓ ସମ୍ପାଦକ ତ୍ରିଲୋଚନ ବିଶ୍ବାଳଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଆସନ୍ତା ତା / ୯/୧୦/୧୯ ରିଖ ଅନୁଷ୍ଠିତ ହେବାକୁଥିବା ରକ୍ତଦାନ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅପୂର୍ବ ଉଚ୍ଚ ବିଦ୍ୟାଳୟ ସୁଗୁଡା ର ଶିକ୍ଷକ ଶ୍ରୀଯୁକ୍ତ ଦାଶରଥି ପ୍ରଧାନ ଓ ସଂମାନିତ ଅତିଥି ଭାବେ ପୁରୁଷୋତ୍ତମ ଉ.ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଗଡନାଏକ,ସମନ୍ତରାପାଲି ସରକାରୀ ଉ.ପ୍ରା ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ, କଲଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ଲିଲି ନାଏକ, ସ୍ବେଚ୍ଛାସେବୀ ଶ୍ରୀଯୁକ୍ତ ସୋନୁ ସାହୁ, ସୁଗୁଡା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଦୟାନିଧି ପାତ୍ର, ଅବସର ପ୍ରାପ୍ତ ଫୋରେଷ୍ଟର ଶ୍ରୀଯୁକ୍ତ ଲିଙ୍ଗରାଜ ମହାକୁଳ ଙ୍କ ସମେତ ନେହେରୁ ଯୁବ କେନ୍ଦ୍ର ଦେବଗଡ଼ ର ସ୍ବେଚ୍ଛାସେବୀ କେଶବ ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ । କ୍ଳବ ର ଉପଦେଷ୍ଟା ଶ୍ରୀ କିଶୋର ଚନ୍ଦ୍ର ମହାକୁଳ, ସଭା ପରିଚାଳନା କରିଥିବାବେଳେ ସର୍ବଶେଷରେ ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଯୁବକ ଓ କ୍ଳବ ର ସ୍ବେଚ୍ଛାସେବୀ ଗଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here