ସାବାସ ଜିଲ୍ଲା ପାଳ….. ଦୀର୍ଘବର୍ଷଧରି ଯାହା କେହି କରି ପାରିନଥିଲେ , ତାହା କରିଦେଖାଇଲେ ବର୍ତ୍ତମାନ ର ଜିଲ୍ଲା ପାଳ

0
115

ଦେବଗଡ଼-( ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ ) ଦେବଗଡ଼ ଜିଲ୍ଲା ପୋୖରାଞ୍ଚଳ ରେ ଥିବା ବିଭିର୍ଣ ଗଳି କନ୍ଦି ର ଡ୍ରେନ ଉପରେ ଦୀର୍ଘବର୍ଷଧରି କେତେକ କୁଜି ରାଜନେତା, ବ୍ୟବସାୟୀ , ଓ ପ୍ରଭାବସାଳି ଲୋକେ ଦୋକାନ ଗୃହ କିମ୍ବା ନିଜସ୍ୱ ଗୃହ ନିର୍ମାଣ କରି ଜବରଦଖଲ କରି ରଖି ଅଛନ୍ତି । ଏହି ଜବରଦଖଲ କାରୀଙ୍କ ଡ୍ରେନ ଅବରୋଧ ଯୋଗୁଁ ଅସରାଏ ବର୍ଷାରେ ଦେବଗଡ଼ ସହରରେ ଦେଖାଦିଏ କୁତ୍ରିମ ବନ୍ୟା ର ଦୃଶ୍ୟ । ଏହି ସବୁ ଦୃଶ୍ୟକୁ ଦେବଗଡ଼ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ବହୁତ ଥର ଜବର ଦଖଲ କାରୀଙ୍କୁ ଉସଛେଦ ପାଇଁ ଅଣ୍ଟା ଭିଡିଥିଲେ ମଧ୍ୟ ଜବର ଦଖଲକାରୀଙ୍କ ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଇଁ ଜବରଦଖଲ କାର୍ଯ୍ୟକୁ ବାଧ୍ୟ ହୋଇ ବନ୍ଦ ରଖୁଥିଲେ । କିନ୍ତୁ ଦେବଗଡ଼ ବାସୀଙ୍କ ସୌଭାଗ୍ୟ ର ଦିନ ବର୍ତ୍ତମାନ ର ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ କୌଣସି ଚାପ ର ବଶବର୍ତ୍ତୀ ନ ହୋଇ ଦୀର୍ଘ ଦିନର ଡ୍ରେନ ଓ ସରକାରୀ ଜାଗା ଜବର ଦଖଲ କାରୀଙ୍କୁ ଉସଛେଦ କରିଥିବାରୁ ଜିଲ୍ଲା ପାଳଙ୍କୁ ବିଭିର୍ଣ ମହଲ ରୁ ପ୍ରଶଂସା କରିବାସହିତ ସାବାସ ଜିଲ୍ଲା ପାଳ ବୋଲି ସହର ରେ ଆଲୋଚନା ହେଉଛି । ଅନ୍ୟପଟ ରେ କେତେକ କୁଜି ରାଜନେତା ଓ ସୁବିଧା ବାଦୀ ଲୋକଙ୍କ ନିଜ ସ୍ବର୍ଥ୍ୟ ରେ ବାଧା ଆସୁଥିବାରୁ ଦେବଗଡ଼ ବାସୀଙ୍କୁ ଜନ ଆନ୍ଦୋଳନ ପାଇଁ ଉସୁକାଉ ଥିବାର ଚର୍ଚ୍ଚା ହେଉଛି । ଯେଉଁମାନେ ଉସୁକାଉଛନ୍ତି ସେହି ବ୍ୟକ୍ତି ବିଶେଷ ମାନେ ଅନେକ ଅପରାଧ ରେ ଜଡିତ ଥିବା ନଜିର ରହିଥିବାରୁ ଦେବଗଡ଼ ପୋଲିସ ଙ୍କ କଡା ନଜରରେ ରହିଆସୁଅଛନ୍ତି । ଏ କଥା ମଧ୍ୟ ଉର୍ଲେଖ ଥାଉ କି ଦେବଗଡ଼ ପୌରପରିଷଡ଼ କେତେକ ସ୍ଥାନରେ ପକ୍ଷପାତିତା କରୁଥିବାର ମଧ୍ୟ ସହର ରେ ଚର୍ଚ୍ଚା ହେଉଥିବାରୁ , ଏଥି ପ୍ରତି ଖୋଦ ଜିଲ୍ଲା ପାଳ ନିଜେ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି ।

 

LEAVE A REPLY

Please enter your comment!
Please enter your name here