ସାଧାରଣ ନିର୍ବାଚନ-୨୦୧୯ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି

0
112

ଭୁବନେଶ୍ୱର,(ଆଦ୍ୟାଶ| ନିଉଜ)- ସାଧାରଣ ନିର୍ବାଚନ-୨୦୧୯ର ପ୍ରଥମ ପର୍ଯ୍ୟାୟ ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଲୋକ ସଭା ଏବଂ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବ୍ୟକ୍ତିବିଶେଷମାନେ ପ୍ରାର୍ଥତ୍ପତ୍ର ଦାଖଲ କରିପାରିବେ। ଚଳିତ ମାସ ୨୫ ତାରିଖ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଏହାର ପରଦିନ ଅର୍ଥାତ ୨୬ ମାର୍ଚ୍ଚ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ। ସେହିପରି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ୨୮ ପର୍ଯ୍ୟନ୍ତ ସମୟ ରହିଛି। ଏହି ପର୍ଯ୍ୟାୟରେ ଆସନ୍ତା ୧୧ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ।
ରାଜ୍ୟର ୪ ଲୋକ ସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି ଆସନଗୁଡିକ ହେଉଛି-କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର। ସେହିପରି ଉପରୋକ୍ତ ଲୋକ ସଭା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ। ଏହି ଆସନଗୁଡିକ ହେଉଛି- ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଏବଂ ପାରଳାଖେମୁଣ୍ଡି।

LEAVE A REPLY

Please enter your comment!
Please enter your name here