ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାମନବମୀ ଉତ୍ସବ ଅନୁଷ୍ଠିତ

0
107

ଭେଡେନ (ଭବାନୀ ପାଢ଼ୀ ) – ବରଗଡ ଜିଲ୍ଲା ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମହାସମାରୋହ ରେ ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଶ୍ରୀ ରାମକଂ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟ କୁ ଆସିଥିଲେ। ଏହି ଉତ୍ସବ କୁ ବିଦ୍ୟାଳୟ ଶୈକ୍ଷିକ ପ୍ରମୁଖ ପରିଚୟ ପ୍ରଦାନ କରିଥିଲେ। ସଭା କୁ ପରିଚାଳନା କରିଥିଲେ ନିଶାନ୍ତ କୁମାର ମହାରଣା। ବିଦ୍ୟାଳୟ କୁ ଶିଶୁ ମାନେ ଶ୍ରୀ ରାମକଂ ବେଶ ରେ ଆସିଥିଲେ। ଶିଶୁ ମାନଙ୍କୁ ପୂଜା କରାଯାଇଥିଲା। ମୁଖ୍ୟ ବକ୍ତା ଭାବରେ ମାନସ ରଞ୍ଜନ ଦନ୍ତା ଛାତ୍ର ଛାତ୍ରୀ ମାନଙ୍କ ଙ୍କୁ ଶ୍ରୀ ରାମ ଜୀବନୀ ଉପରେ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ.। ଏଥିରେ ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ମାନେ ସତ୍ୟ ଶ୍ରୀ ସାହୁ, ସୁନେଲି ବେହେରା, ପଦ୍ମିନୀ ଭୁଏ, ସାନ୍ତ୍ଵନା ପୁରୋହିତ, ଯୋଗେଶ ଚନ୍ଦ୍ର ପାଢୀ, ସୁଜିତ୍ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶବାନଂଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here