ସମ୍ୱଲପୁରରେ ଖୋଲିଲା ରିଲାଏନ୍ସର ସୁପରମାର୍କେଟ

0
56

            ସମ୍ୱଲପୁରରେ ଫ୍ଲୋର‌୍‍ ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶା ଫ୍ଲୋର ସଂଖ୍ୟା ୯ରେ ପହଞ୍ଚିଛି

 

ସମ୍ୱଲପୁର: ରିଲାଏନ୍ସ ରିଟେଲ‌୍‍ ପକ୍ଷରୁ ସମ୍ବଲପୁରରେ ଖୋଲାଯାଇଛି ବୃହତ ଆକାରର ଗ୍ରୋସରି ସୁପରମାର୍କେଟ । ସମ୍ୱଲପୁର ବୁଢ଼ାରଜା ମେନ‌୍‍ ରୋଡ୍‌ ସ୍ଥିତ ବାଲାଜୀ ଡେଭଲପରର ପ୍ରଥମ ଫ୍ଲୋର୍‌ରେ ଖୋଲାଯାଇଛି ଏହି ସୁପରମାର୍କେଟ । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦକୁ ପ୍ରଦାନ କରି ଏହି ଫ୍ଲୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି।

ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମ‌୍‍ଆରପି ଉପରେ ସର୍ବନିମ୍ନ ୫ ପ୍ରତିଶତ ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରବା ଭଳି ଆକର୍ଷଣୀୟ ଅଫର ରଖିଛି। ଏଥିସହିତ ନିତିଦିନିଆ ଖାଦ୍ୟ ସାମଗ୍ରୀ, ଫଳ ଓ ପନିପରିବା ଇତ୍ୟାଦି ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି।

LEAVE A REPLY

Please enter your comment!
Please enter your name here