ସମ୍ବଲପୁର ସଂସଦୀୟ କ୍ଷେତ୍ର ର ଉନ୍ନତି ପ୍ରତି ଧ୍ୟାନ ଦେବି – ନୀତେଶ ଗଙ୍ଗଦେବ

0
126

ଦେବଗଡ଼ (ଆଦ୍ୟାଶା ନ୍ୟୁଜ /ରଶ୍ମିତା ରାଉତ ) – ମୁଁ ସମ୍ବଲପୁର ସଂସଦୀୟ କ୍ଷେତ୍ର ର ଉନ୍ନତି ପ୍ରତି ସଦା ସର୍ବଦା ଉଦ୍ୟମ କରିବା ସହ ଓଡିଶା ର ଦାବି କୁ ସଂସଦ ରେ ଉପସ୍ଥାପନା କରି ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ଆଦ୍ୟାଶା ନ୍ୟୁଜ କୁ ଏକ ଟେଲିଫୋନ ସାକ୍ଷାତକାର ରେ ପ୍ରକାଶ କରିଛନ୍ତି ନବ ନିର୍ବାଚିତ ବିଜେପି ର ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବ ।
ସର୍ବସାଧାରଣ ରେ ରାଜାସାହେବ ଭାବେ ପରିଚିତ ଦେବଗଡ଼ ର ପୂର୍ବତନ ବିଧାୟକ ତଥା ନବ ନିର୍ବାଚିତ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବ ଦୀର୍ଘ ୫୨ ବର୍ଷ ପରେ ଜିଲ୍ଲା ରୁ ସାଂସଦ ଭାବେ ନିର୍ବାଚିତ ହେବ ଜିଲ୍ଲା ବାସୀଙ୍କୁ ବେଶ ଉତ୍ସାହିତ କରିଛି ।ଏଠାରେ ସୂଚନାଯୋଗ୍ୟ ଯେ ,ପୂର୍ବରୁ ଦେବଗଡ଼ ଏକ ସ୍ୱତନ୍ତ୍ର ଲୋକସଭା ଆସନ ଥିଲା କିନ୍ତୁ ୨୦୦୯ ରେ ଏହା ସମ୍ବଲପୁର ଲୋକସଭା ସେ ମିଶିଥିଲା । ୫୨ ବର୍ଷ ତଳେ ଦେବଗଡ଼ ର ଧୀରେନ୍ଦ୍ରନାଥ ଦେବ ଲୋକସଭା କୁ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ଦେବଗଡ଼ ର ବୈରାଗୀ ଚରଣ ଦ୍ବିବେଦୀ ରାଜ୍ୟସଭା କୁ ମନୋନୀତ ହୋଇଥିଲେ ।ତେଣୁ ଦୀର୍ଘ ୫୨ ବର୍ଷ ପରେ ଜିଲ୍ଲା ରୁ ନୀତେଶ ଙ୍କ ବିଜୟ ଦେବଗଡ଼ ବାସୀ ଙ୍କୁ ବେଶ ଉତ୍ସାହିତ କରିବା ସହ ତାଙ୍କ ଠାରୁ ଅନେକ ଆଶା ମଧ୍ୟ ରଖିଛନ୍ତି ।

ନିର୍ବାଚନ ପୂର୍ବ ରୁ ଆମ ଇସ୍ତାହାର କାର୍ଯ୍ୟକମ ରେ ଶ୍ରୀ ନୀତେଶ ଗଙ୍ଗଦେବ ଙ୍କ ପ୍ରତିକ୍ରୟା

LEAVE A REPLY

Please enter your comment!
Please enter your name here