ସମସ୍ତ ପ୍ରକାର ସରକାରୀ ସୁବିଧା ରୁ ବଞ୍ଚିତା ୧୦୭ ବର୍ଷ ର ବୃଦ୍ଧା

0
68

କଟକ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ )– ସରକାର ଗରିବ ଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି । କିନ୍ତୁ ୧୦୭ ବର୍ଷର ପୁନି ନାୟକ ବଂଚିତ ହୋଇଛନ୍ତି ସମସ୍ତ ସରକାରୀ ସୁବିଧାରୁ । ଦୀର୍ଘ ୨୫ ବର୍ଷ ଧରି ଗରିବ ଖଟିଖିଆ ଙ୍କ ସରକାର ନବୀନ ସରକାର ବୋଲି ଡିଣ୍ଡିମ ପିଟୁଥିବା ବି ଜେ ଡି ଦଳ ହେଉ କି ସେ କେନ୍ଦ୍ର ରେ ଥିବା ମୋଦି ସରକାର ଙ୍କ ସେଇ ବି ଜେ ପି ଦଳ ହେଉ , ଭୋଟ ସମୟ ରେ ଜନତାଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା ମାନଙ୍କ ଆଖି କଣ , କଟକ ସହର ର କୋଲେଜ ଛକ ଠାରେଓଭର ବ୍ରିଜ ତଳେ ଅତି ଦୟନୀୟ ଓ ନିଃସହାୟ ଜୀବନ କାଟୁଛନ୍ତି ୧୦୭ ବର୍ଷୀୟା ବୃଦ୍ଧା ପୁନି ନାୟକ । ଏହି ଜୀବନ ର ଅନ୍ତିମ ସମୟ ରେ ତାଙ୍କୁ ଠାବ କରିଥିଲେ ଉଦୟ ଭାନୁ ସାହିତ୍ୟ ସଂସଦ ର କର୍ମକର୍ତା ଗଣ । ଏହି ୧୦୭ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ଅନ୍ତିମ ଜୀବନ ର କେଇଟି ଦିନରେ ଯଦି ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡ ଟିଏ ର ବ୍ୟବସ୍ଥା କରିବାସହିତ , କିଛି ସରକାରୀ ସହାୟତା ଯୋଗାଇଦିଓନ୍ତେ ତେବେ ତାଙ୍କ ଜୀବନର ଅନ୍ତିମ କେଇଟି ପାହାଚ ସୁରୁଖୁର ରେ ଚଳି ଯାଆନ୍ତେ ବୋଲି କଟକ ସହର ରେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here