ସମଝୌତା ପରେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

0
34

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କ୍ରୋଧରେ ଜର୍ଜରିତ ହେଉଥିବା ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଶୁକ୍ରବାର ଥର ଏକ୍ସପ୍ରେସଚ ଚଳାଚଳକୁ ବନ୍ଦ କରିଦେଇଛି। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ରେଳ ଯୋଗାଯୋଗ ବନ୍ଦ ହୋଇଯାଇଛି।

ଯୋଧପୁରରୁ କରାଚି ଯାଉଥିବା ଏହି ଟ୍ରେନ୍‌କୁ ବନ୍ଦ କରାଯିବା କଥା ପାକିସ୍ତାନ ରେଲଓ୍ବେ ମିନିଷ୍ଟର ଶେଖ୍‌ ରସିଦ୍‌ ଅହମ୍ମଦ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୨୦୦୬ରୁ ଚାଲିବା ଆରମ୍ଭ କରିଥିବା ଥର୍‌ ଏକ୍ସପ୍ରେସକୁ ୧୦ ବର୍ଷ ମଧ୍ୟରେ ୨୭ଥର ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ପାକିସ୍ତାନ ଏହାର ଚଳାଚଳ ବନ୍ଦ କରିଛି।

 

 

LEAVE A REPLY

Please enter your comment!
Please enter your name here