ସନ୍ଦେହ ଜନକ ଭାବରେ , ଯୁବକ ର ମୃତଦେହ ଠାବ !

0
107

ଦେବଗଡ଼ , ( ରିପୋର୍ଟ , ଆଲୋକ ପ୍ରସାଦ,ଆଦ୍ୟାଶା ନ୍ୟୁଜ) ଦେବଗଡ଼ ସହର ଉପକଣ୍ଠରେ ଥିବା ହୋଟେଲ ମମତା ରୁ , ଜଣେ ଯୁବକ ର ମତୁଦେହ ଠାବ ହୋଇଛି । ଘଟଣା ରୁ ଜଣା ପଡେ ଉକ୍ତ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲାର ,ବିଦ୍ୟାଧରପୁର ଗ୍ରାମର ମୁକୁନ୍ଦ ସଡଙ୍ଗୀଙ୍କ ପୁତ୍ର ବିଜୟ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ଜଣେ ସେଲସ ମ୍ୟାନେଜର ଥିବାରୁ ସେ ବହୁତ ସମୟ ରେ , ନିଜ ବ୍ୟବସାୟିକ କାର୍ଯ୍ୟରେ ଆସି , ଉକ୍ତ ହୋଟେଲ ରେ ବିଶ୍ରାମ ନେଉଥିଲେ । ସେ ୧୫/୦୩ ତାରିଖ ରୁ ଆସି ହୋଟେଲ ମମତା ର ୬୦୩ ନୋ ରୁମ ରେ ବିଶ୍ରାମ ନେଉଥିଲେ । କିନ୍ତୁ ବିଜୟ ଷଡଙ୍ଗୀ ଶେଷଥର ପାଇଁ ଗତ ରାତି ( ,ଶନିବାର , ୧୦.୩୦ ) ସମୟ ରେ କିଛି ଖାଇବା ଜିନିଷ ହୋଟେଲ କର୍ମଚାରୀ ହାତରେ ମଗେଇ ଥିଲେ । ଆଜି ସକାଳୁ ( ରବିବାର) ଦୀର୍ଘ ସମୟ ଧରି ରୁମ ରୁ ନ ବହାରିବାରୁ ହୋଟେଲ ମାଲିକ ଶ୍ରୀ ଦୟାସାହୁ ଦେବଗଡ଼ ଥାନାରେ ଅଭିଯୋଗ କଲାପରେ , ଦେବଗଡ଼ ପୋଲିସ , ମାଜିଷ୍ଟ୍ରେଟ , ଙ୍କ ଉପସ୍ଥିତି ରେ ଉକ୍ତ ଯୁବକଙ୍କ ଶବକୁ ଜବତ କରି ରୁମ କୁ ସିଲ କରିଦେଇଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତକଙ୍କ ଘରଲୋକଙ୍କୁ ଖବର କରା ଯାଇଥିଲେ ବି ପହଂଚି ପାରି ନାହାନ୍ତି । ଦେବଗଡ଼ ପୋଲିସ ଶବ ଜବତ କରି ତଦନ୍ତ ଚାଲୁରଖିବା ସହିତ , ଆସନ୍ତା କାଲି ଶବ ବ୍ୟବଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

LEAVE A REPLY

Please enter your comment!
Please enter your name here