ସତ୍ୟ ହେଲା ଆଦ୍ୟାଶା ନ୍ୟୁଜ ର ସର୍ଭେ

0
92

ବରଗଡ଼ / ସମ୍ବଲପୁର  (ଆଦ୍ୟାଶା ନ୍ୟୁଜ /ରଶ୍ମିତା ରାଉତ  )ଆଦ୍ୟାଶା ନ୍ୟୁଜ ପକ୍ଷ ରୁ ସମ୍ପୂର୍ଣ ନିରପେକ୍ଷ ଭାବେ କରାଯାଇ ଥିବା ସର୍ଭେ ସମ୍ପୂର୍ଣ ସତ୍ୟ ହୋଇଛି ।ଏହି ସର୍ଭେ ରେ ଆମେ କହିଥିଲୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ,ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଜେଡି ଜିତୁ ଥିବା ବେଳେ କୁଚିଣ୍ଡା ରେ ବିଜେଡି / ବିଜେପି ର କଡା ମୁକାବିଲା ହେବାର ସମ୍ଭାବନା ରହିଛି । ସେହିପରି ବିଜେପି ରେଙ୍ଗାଲି ଓ ଦେବଗଡ଼ ଆସନ ଦାଖଲ ର ସମ୍ଭାବନା ରହିଥିବାବେଳେ ସମ୍ବଲପୁର ରେ ବିଜେଡି / ବିଜେପି ର କଡା ମୁକାବିଲା ଦେଖିବାକୁ ମିଳିବ । ସେହି ଅନୁଯାଇ ଆଠମଲ୍ଲିକ ରେ ବିଜେଡି ଜିତି ଥିବା ବେଳେ ,ରେଢ଼ାଖୋଲ ରେ ବିଜେଡି ,ଦେବଗଡ଼ ରେ ବିଜେପି ,ରେଙ୍ଗାଲି ରେ ବିଜେପି , ସମ୍ବଲପୁର ଓ କୁଚିଣ୍ଡା ରେ କଡା ମୁକାବିଲା ରେ ସମ୍ବଲପୁର ରେ ବିଜେପି ଜିତିଛି ଓ କୁଚିଣ୍ଡା ରେ ବିଜେଡି । କେବଳ ,ଛେଣ୍ଡିପଦା ରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ବିଜୟ ଲାଭ କରିବେ ଯାହା କହିଥିଲୁ ତାହା ଭୁଲ ପ୍ରମାଣିତ ହେଲା ।ସେଠାରେ ବିଜେଡି ଜିତିଲା।
ସେହିପରି ବରଗଡ଼ ଓ ସମ୍ବଲପୁର ଲୋକସଭା କ୍ଷେତ୍ର ରେ ଲୋକସଭା ବିଜେପି ଖାତା କୁ ଯିବା ର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଲେଖି ଥିଲୁ ,ଯାହା ସତ୍ୟ ରେ ପରିଣତ ହେଲା ।

LEAVE A REPLY

Please enter your comment!
Please enter your name here