ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

0
63

ନୂଆଦିଲ୍ଲୀ: ସଂସ୍କୃତରେ ସାକ୍ଷାତକାର ପରେ ଆଜି ସଂସଦରେ ସଂସ୍କୃତରେ ସାଂସଦ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ | ତେବେ ପ୍ରତାପଙ୍କ ନାମ ଡକାଯିବାବେଳେ ସଂସଦରେ ସମସ୍ତ ସଦସ୍ୟ ଟେବୁଲକୁ ବାଡେଇ ତାଙ୍କୁ ସ୍ୱାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ପୂର୍ବରୁ ପ୍ରତାପ ସଂସ୍କୃତ ଭାଷାରେ ଦୂରଦର୍ଶନକୁ ଏକ ସାକ୍ଷାତକାର ଦେଇଥିଲେ | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ପ୍ରତାପ ହିନ୍ଦୀରେ ଶପଥ ନେଇଥିଲେ | ପ୍ରତାପଙ୍କ ଭଳି ଡ. ହର୍ଷବର୍ଦ୍ଧନ ମଧ୍ୟ ସଂସ୍କୃତରେ ଶପଥ ନେଇଥିଲେ |

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଭୋଜପୁରୀ ଭାଷାରେ ଶପଥ ନେବାକୁ ଚାହିଁଥିଲେ ବିହାରର ମହାରାଜଗଞ୍ଜ ସାଂସଦ ଜନାର୍ଦ୍ଦନ ସିଂହ | କିନ୍ତୁ ତାଙ୍କ ଅନୁରୋଧକୁ ସ୍ୱୀକାର କରାଯାଇନଥିଲା | ଯାହାଫଳରେ ତାଙ୍କୁ ହିନ୍ଦୀରେ ଶପଥ ନେବାକୁ ପଡିଥିଲା |

ଜନାର୍ଦ୍ଦନଙ୍କ ଭଳି ବିଜେପିର ରାଜୀବ ପ୍ରତାପ ରୁଡ୍ଡି ମଧ୍ୟ ଭୋଜପୁରୀରେ ଶପଥ ନେବାକୁ ଚାହିଁଥିଲେ | ତାଙ୍କୁ ବି ନିରାଶ ହେବାକୁ ପଡିଛି | ପ୍ରକୃତ କଥା ହେଉଛି ଯେ ଭୋଜପୁରୀ ଭାଷା ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ ହୋଇନାହିଁ | ଯାହାଫଳରେ କୌଣସି ବି ସାଂସଦ ଭୋଜପୁରୀରେ ଶପଥ ନେଇପାରିବେ ନାହିଁ | ବିହାରର କିଛି ସାଂସଦ ମୈଥିଳି ଭାଷାରେ ଶପଥ ନେଇଥିଲେ | କାରଣ ଏହି ଭାଷାଟି ୮ମ ଅନୁସୂଚୀରେ ସାମିଲ ହୋଇଛି |

LEAVE A REPLY

Please enter your comment!
Please enter your name here