ଶ୍ରୀ ନୃସିଂହ ଭଗବାନଙ୍କ ମନ୍ଦିର ନିର୍ମାଣରେ ବିଳମ୍ବ , ଠିକାଦାର ଓ ପୌରପରିଷଦ ର ଅବହେଳା

0
98

ଦେବଗଡ଼,  (ରିପୋର୍ଟ / ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ସଦର ମହକୁମା ର ପୌରପରିଷଦ ଅଧୀନରେ ଥିବା ମୁନିସିପାଲିଟି ସାହିରେ ଏକ ଶହ ବର୍ଷ ପୁରୁଣା ନୃସିଂହ ଭଗବାନଙ୍କ ମନ୍ଦିର ପ୍ରତିଷ୍ଠିତ । ଏହି ମନ୍ଦିର କୁ ତତ ସମୟର କେଇଜଣ ପୁରୁଖା ଲୋକ ନିଜର ଶ୍ରମଦାନ କରି ମନ୍ଦିର ଟିକୁ ଗଢିତୋଳିଥିଲେ । ଏହି ମନ୍ଦିର ନିର୍ମାଣ ହେବା ଠାରୁ ଠାକୁର ଙ୍କ ସମସ୍ତ ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇ ଆସୁଥିଲା । କିନ୍ତୁ ଦୀର୍ଘ ଦୁଇବର୍ଷ ହେବ ଉକ୍ତ ପୁରୁଣା ମନ୍ଦିର କୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ଆଳ ରେ , କୋଠା ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ପୂଜା ଓ ଯାତ୍ରା ବନ୍ଦ ରହିଛି । ଏ ସମ୍ପର୍କରେ ମନ୍ଦିର ର ସଦସ୍ୟ ଶ୍ରୀ ମୋତିଲାଲ ଶର୍ମାଙ୍କୁ ପଚାରି ବାରୁ ସେ କହିଲେ ,WODC  ଅନୁଦାନ ରେ ୨ ଗୋଟି ପର୍ଯ୍ୟାୟରେ ପ୍ରଥମରେ ୩ ଲକ୍ଷ ଓ ପରେ ୫ ଲକ୍ଷ ଅର୍ଥରାଶି ଦେବଗଡ଼ ପୌରପରିଷଦ ଅଧୀନରେ , ଠିକାଦାର ଙ୍କୁ ପ୍ରଦାନ କରାଯାଇଛି । ଏତିକିରେ ମଧ୍ୟ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ନ ହୋଇ ଅଧ ପନ୍ତରିଆ ଭାବରେ ପଡିରହିଛି । ଏଥିରେ ସ୍ଥାନୀୟ ଜଣେ ଠିକାଦାର ଓ ପୌରପରିସଦ ଦେବଗଡ଼ ର ନିର୍ବାହୀଯନ୍ତ୍ରୀ ଶ୍ରୀ କୁଞ୍ଜବନ ପ୍ରଧାନ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ କାମ ଟି ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ଟି କୁ ଜିଲ୍ଲା ପ୍ରଶାସନ ଗମ୍ଭୀରତା ର ସହିତ ନେଇ ଏହି ମନ୍ଦିର ନିର୍ମାଣ ରେ ବିହିତ ପଦକ୍ଷେପ ନେବା ସହିତ ଯେଉଁମାନେ ସାହି ବାସିନ୍ଦାଙ୍କ ଧାର୍ମିକ ମନୋଭାବ କୁ କୋଠାର ଘାତ କରିଛନ୍ତି , ସେହି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here