ଶ୍ରୀଲଙ୍କା ଟେଷ୍ଟ ଅଧିନାୟକ କରୁଣାରତ୍ନେ ଗିରଫ

0
100

କଲମ୍ବୋ, –  ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଗିରଫ ହୋଇଛନ୍ତି। ମଦ୍ୟପାନ କରି ଗାଡ଼ି ଚାଳନା କରିବା ଅଭିଯୋଗରେ କଲମ୍ବୋଠାରେ ତାଙ୍କୁ ପୋଲିସ ଗିରଫ କରିଛି। ‘କରୁଣାରତ୍ନେ ରବିବାର ସକାଳେ ମଦ୍ୟପାନ କରି ଗାଡ଼ି ଚଳାଇବା ସହ ଏକ ୩ ଚକିଆ ଗାଡ଼ିକୁ ଧକ୍କା ଦେଇଥିଲେ। ଫଳରେ ଧକ୍କା ଖାଇଥିବା ଗାଡ଼ିର ଡ୍ରାଇଭର ଆଘାତପ୍ରାପ୍ତ ହୋଇଥିଲେ’ ବୋଲି ପୋଲିସ ଅଧିକାରୀ ରୁଓ୍ବାନ ଗୁଣଶେଖରା କହିଛନ୍ତି। ତେବେ କରୁଣାରତ୍ନେଙ୍କୁ ଜାମିନ ମିଳିଯାଇଥିବାବେଳେ ସେ ସୋମବାର କୋର୍ଟରେ ହାଜର ହେବେ ବୋଲି ଏହି ପୋଲିସ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ମଧ୍ୟ କରୁଣାରତ୍ନେ ଗାଡ଼ି ଦୁର୍ଘଟଣା କରିଥିବା ନେଇ ସ୍ପଷ୍ଟ କରାଯାଇଛି। କୋର୍ଟ ଶୁଣାଣି ପରେ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ୩୨ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ପ୍ରକାଶଯୋଗ୍ୟ, କରୁଣାରତ୍ନେଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଗତ ଫେବ୍ରୁୟାରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ଜିତିଥିଲା। ଏଥିସହ ଶ୍ରୀଲଙ୍କା ପ୍ରଥମ ଏସୀୟ ଦଳ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଆଗାମୀ ଆଇସିସି ବିଶ୍ୱକପ୍‌ରେ ମଧ୍ୟ ତାଙ୍କୁ ଜାତୀୟ ଦିନିକିଆ ଦଳର ନେତୃତ୍ୱ ପ୍ରଦାନ ନେଇ ଆଲୋଚନା ହେଉଥିଲା। କିନ୍ତୁ ଏବେ ତାଙ୍କୁ ଅଧିନାୟକ ନିଯୁକ୍ତି ନେଇ ଆଶଙ୍କା ପ୍ରକାଶ ପାଇଛି। କରୁଣାରତ୍ନେ ଶ୍ରୀଲଙ୍କା ପକ୍ଷରୁ ୬୦ ଟେଷ୍ଟରେ ପ୍ରତିନିଧିତ୍ୱ କରି ୪,୦୭୪ ରନ ସଂଗ୍ରହ କରିଛନ୍ତି। ସେହିଭଳି ସେ ୧୭ ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

LEAVE A REPLY

Please enter your comment!
Please enter your name here