ଶିକୁଲି ରେ ବନ୍ଧା ଜୀବନ ଦୁର୍ଦ୍ଦିନ ରେ ପ୍ରାଥମିକ ଶିକ୍ଷକ

0
170

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ /ସଂଜୀବ ସାହୁ ) – ସରକାର ଗରିବ ଅସହାୟ ନିରାଶ୍ରୟ ଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି ମାତ୍ର ପ୍ରଶାସନିକସ୍ଥର ରେ ମାନସିକତା ର ଅଭାବ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ବହୁ ଜନକଲ୍ୟାନ ଯୋଜନା ରୁ ବଞ୍ଚିତ ହେଉଛନ୍ତି ଏହି ପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉପର କୁସୁମିତା ଗ୍ରାମର ପୂର୍ବତନ ପ୍ରାଥମିକ ଶିକ୍ଷକ ଦୈତାରି ପ୍ରଧାନ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଛି ଦୈତାରି ଙ୍କୁ ଏବେ ୬୫ ବର୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ଯୁବକ ଅବସ୍ଥା ରେ ସେ ବାଙ୍ଗଶପାଳ ବ୍ଲକ ର ପଣସନେଶା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଥିଲେ ଏବଂ ଆଦିବାସୀ ଲୋକଙ୍କୁ ଶିକ୍ଷା ଦାନ କରି ମୁଖ୍ୟ ସ୍ରୋତ ରେ ସାମିଲ ପାଇଁ ବହୁ ଚେଷ୍ଟା କରିଥିଲେ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି ଏବଂ ଯୁବକ ଅବସ୍ଥା ରେ ବିବାହ କରିଥିଲେ ମାତ୍ର ହଟାତ ମାନସିକ ସନ୍ତୁଳନ ହରାଇ ବସିଥିଲେ ଫଲରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ପଳାଇଥିଲେ କିଛି ଦିନ ତାଙ୍କ ଭାଇ ଙ୍କ ପାଖରେ ରହିଥିଲେ ତାଙ୍କୁ ଭଲ କରିବା ପାଇଁ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ବହୁ ଗୁଣି ଗାରେଡି କରିଥିଲେ ବୋଲି ତାଙ୍କ ପୋଡ଼ଶି ମାନେ ସୂଚନା ଦେଇଛନ୍ତି ଏବଂ କାଳେ କେଉଁଆଡେ ଚାଲିଯିବେ ବୋଲି ତାଙ୍କ ହାତ ଏବଂ ଗୋଡ଼ରେ ଲୁହାର ଶିକୁଳି ବାନ୍ଧି ଦିଆଯାଇଛି ବୋଲି ତାଙ୍କ ପଡୋଶୀ ମାନେ ସୂଚନା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ କହିଛନ୍ତି ଯେ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ ଫଳରେ ତାଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ରେ ଲାଗିଛି ସାମାଜିକକର୍ମୀ ସଞ୍ଜୟ ସାହୁ କୁହନ୍ତି ଏଥି ସରକାର ଙ୍କ ଯୋଜନା ଏବଂ ଏ ନ ଜିଓ ମାନେ ବହୁ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହୁଥିବା ବେଳେ ଆଜି ଯାଏ ବହୁ ଅସହାୟ ବହୁ ଦୁର୍ଦ୍ଦିନ ରେ ରହୁଛନ୍ତି ଦୈତାରି ଙ୍କୁ ଚିକିତ୍ସା ମିଳିଲେ ସେ ଭଲ ହୋଇ ଯାଇପାରନ୍ତି ସ୍ଥାନୟ ଜନସାଧାରଣ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ଜିଲ୍ଲାପ୍ରଶାସନ ତୁରନ୍ତ ଦୈତାରି ପ୍ରଧାନ ଙ୍କୁ ଚିକିତ୍ସା ଯୋଗାଇ ଦେଉ

LEAVE A REPLY

Please enter your comment!
Please enter your name here