ଲୋକସଭାକୁ ନିର୍ବାଚିତ ହୋଇ ନାରୀଶକ୍ତିର ପ୍ରତୀକ ପାଲଟିବା ସହ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ବଢ଼ାଇଛନ୍ତି ପ୍ରମିଳା ….

0
62

ଭୁବନେଶ୍ୱର : ଓଡ଼ିଆ ସାଂସଦ ପ୍ରମିଳା ବିଶୋୟୀଙ୍କୁ ନେଇ ବି ସୋଶାଲ୍ ମିଡିଆରେ ଖୁବ୍ ଚର୍ଚ୍ଚା। ସବୁଠୁ ବେଶି ଚର୍ଚ୍ଚା ନିଜ ନିର୍ବାଚନ ମଣ୍ଡଳୀ ଆସ୍କାରୁ ବିପୁଳ ବିଜୟ ପରେ ତାଙ୍କ ଧାନ ବିଲ ଖସ୍‌ ଖସ୍‌ ଗୀତ ପାଇଁ। ବିଲରୁ ପଲ୍ଲୀ, ପଲ୍ଲୀରୁ ଦିଲ୍ଲୀ। ରୋଷେଇ ଶାଳରୁ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର, ବ୍ରହ୍ମପୁର ଚେରମାରିଆରୁ ପାର୍ଲାମେଣ୍ଟ ଯାଏ ପହଞ୍ଚିଥିବା ପ୍ରମିଳା ଏବେ ଆସ୍କାର ଆଶା

 ଯଦିଓ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି, ଲୋକସଭାକୁ କିଭଳି ସାମ୍ନା କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ହେଲେ ଯୁକ୍ତି ଏୟା ବି ରହୁଛି ତାଙ୍କ ଭଳି ଜଣେ ମହିଳା ଲୋକସଭାକୁ ନିର୍ବାଚିତ ହୋଇ ନାରୀଶକ୍ତିର ପ୍ରତୀକ ପାଲଟିବା ସହ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ବଢ଼ାଇଛନ୍ତି।

LEAVE A REPLY

Please enter your comment!
Please enter your name here