ପାଇଖାନା ଟାଙ୍କି ରେ ପଡି ୬ ବର୍ଷ ନାବାଳିକା ର ମୃତ୍ୟୁ

0
80
ଦେବଗଡ଼ (ଆଲୋକ ପ୍ରସାଦ /ଆଦ୍ୟାଶା ନ୍ୟୁଜ)ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ଖପର ସାହି ରେ ଘଟିଛି ଏକ ସମ୍ବେଦନଶିଳ ଘଟଣା । ଘଟଣା କ୍ରମରୁ ଜଣା ପଡେ ୬ ବର୍ଷର ନାବାଳିକା ବିନି ବେହେରା , ପିତା , କାଳିଆ ବେହେରା ନିଜ ଘରଠାରୁ ୧୦୦ ମିଟର ଦୂରରେ ଥିବା ଏକ ପାଇଖାନା ଟାଙ୍କି ରେ ପଡି ମୃତ୍ୟୁ ବରଣ କରିଥିବା ଘଟଣା । ବିନି ଆଜି ଶନିବାର ଥିବାରୁ ଦିନ ୧୧ ଘଟିକା ସମୟରେ ନିଜ ଘର ଠାରୁ କିଛିଦୂରରେ ଥିବା ଏକ ଖୋଲାସ୍ଥାନ କୁ ଖେଳିବାକୁ ନିଜ ସାଥୀ ପିଲାଙ୍କ ସହିତ ଆସିଥିଲେ । କିନ୍ତୁ ଉକ୍ତ ସ୍ଥାନରେ ଏକ ନବନିର୍ମିତ କୋଠା ର ପାଇଖାନା ଟାଙ୍କିର ଘୋଡ଼ନି ନ ଥିବାରୁ ସେ ଉକ୍ତ ଟାଙ୍କି ଭିତରେ ଖସିପଡିଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ , ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରିଶେଷରେ ଉକ୍ତ ନାବାଳିକା ଙ୍କ ପିତା କାଳିଆ , ସେହି ଟାଙ୍କି ପାଖରେ ତାଙ୍କ ଝିଅ ର ଗୋଟେ ଚପଲ ପଡିଥିବା ଦେଖି , ତାଙ୍କ ମନ କୁ ପାପ ଛୁଇଁଥିଲା ଓ ସେ ସେହି ଟାଙ୍କି ଭିତରକୁ ଡେଇଁପଡିଥିଲେ । ଉକ୍ତ ଟାଙ୍କିରେ ବର୍ଷା ପାଣି ପଡି ଟାଙ୍କି ଟି ଭର୍ତି ହୋଇଯାଇଥିବାରୁ ସେଥିରେ ପଡି ତାଙ୍କ ଝିଅ ମୃତ୍ୟୁବରଣ କରିଅଛି ବୋଲି ସେ ଜାଣିବାକୁ ପାଇଥିଲେ । ଟାଙ୍କି ଟି ମେଲା ଥିବାରୁ ସେ ଉକ୍ତ ନବନିର୍ମିତ କୋଠାର ମାଲିକଙ୍କୁ ଦୋଷ ଦେଇଥିଲେ । କିଛି ସମୟ ଧରି ଉକ୍ତ ଘଟଣା ସ୍ଥଳରେ  ଉତେଜନା ଲାଗିରହିଥିଲା ।ଏ ବିଷୟରେ ସୂଚନ ପାଇ ଦେବଗଡ଼ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ କରିବାସହିତ ସବ ଜବତ କରି ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here