ଲାଂଚ ନେଇ ଗିରଫ ହେଲେ ଘଷିପୁରା ବି ଓ କାର୍ଯ୍ୟାଳୟ କିରାଣୀ

0
56
କେନ୍ଦୁଝର :(ସଂଜୀବ ସାହୁ/ ଆଦ୍ୟାଶ| ନିଉଜ) କେନ୍ଦୁଝର ଜିଲା ଘଷିପୁରା ବ୍ଲକ  ବି ଓ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଇନକ୍ରିମେଣ୍ଟ କରାଇଦେବା ପାଇଁ କହି ଉକ୍ତ ବ୍ଲକ ଅଧୀନ ଭଗାନଇ ୟୁପି ସ୍କୁଲର ପ୍ରଧାନଶିକ୍ଷକ ମୁକୁନ୍ଦ ସାହୁଙ୍କୁ ୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ମଧ୍ୟାହ୍ନରେ ଲାଞ୍ଚ ନେଉଥିବାବେଳେ ପୂର୍ବ ଯୋଜନାନୁଯାୟୀ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ତାଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା ଚାଲିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାଏକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here